କ୍ୟାମ୍ପସରେ ବଢୁଛି ରାଗିଂ : ୫ ବର୍ଷରେ ହେଲାଣି ୩ ହଜାର ୨୨୨ ଅଭିଯୋଗ, ଦେଶରେ ଓଡିଶା କେଉଁ ସ୍ଥାନରେ ଅଛି ଜାଣନ୍ତୁ

72

କନକ ବ୍ୟୁରୋ : କ୍ୟାମ୍ପସରେ ବଢୁଛି ରାଗିଂ । କ୍ୟାମ୍ପସ ରାଗିଂରେ ଓଡିଶା ଆଗରେ । ଦେଶର ପ୍ରମୁଖ ରାଜ୍ୟ ଗୁଡିକୁ ପଛରେ ପକାଇ ଓଡିଶା ଏକ୍ଷେତ୍ରରେ ଆଗୁଆ ୫ ରାଜ୍ୟ ମଧ୍ୟରେ ରହିଛି । ୨୦୧୩ରୁ ୨୦୧୭ ମଧ୍ୟରେ କେନ୍ଦ୍ରର ମାନବ ସମ୍ଭଳ ବିକାଶ ମନ୍ତ୍ରାଳୟ ଅଧୀନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନିକଟରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ଏଭଳି ତଥ୍ୟ ପଦାକୁ ଆସିଛି । ୫ ବର୍ଷ ମଧ୍ୟରେ ୟୁଜିସି ନିକଟରେ ୩ ହ ଜାର ୨୨ଟି ଅଭିଯୋଗ ଦାଖଲ ହୋଇଛି । ଅଭିଯୋଗ ଗୁଡିକର ତଦନ୍ତ କରାଯାଇ ପ୍ରାୟ ୧ ହଜାର ଛାତ୍ରଛାତ୍ରୀଙ୍କ ବିରୋଧରେ ଦଣ୍ଡବିଧାନ ହୋଇଥିବା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ତଥ୍ୟରୁ ଜଣାପଡ଼ିଛି ଯେ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୨୦୭ଟି ରାଗିଂ ଅଭିଯୋଗ ଆସିଛି । ସେଥିମଧ୍ୟରୁ ଅଧିକାଂଶ ଅଭିଯୋଗ ବିପିୟୁଟି ଅଧୀନ ଶିକ୍ଷାନୁଷ୍ଠାନରୁ ଆସିଛି । ବିଶେଷକରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ରାଗିଂର ଶିକାର ହେଉଛନ୍ତି । ଗତ ୩ ବର୍ଷ ହେଲା ରାଜ୍ୟରେ ରାଗିଂ ବଢ଼ିବାରେ ଲାଗିଛି । ୨୦୧୫ରେ ୩୦ଟି ରାଗିଂ ଅଭିଯୋଗ ଥିଲା ବେଳେ ୨୦୧୬ରେ ଏହା ୨୮କୁ କମିଥିଲା । ତେବେ ୨୦୧୭ରେ ଏହି ସଂଖ୍ୟା ବଢ଼ି ୪୬ରେ ପହଂଚିଥିଲା । ତେବେ ରାଗିଂରେ ଉତ୍ତର ପ୍ରଦେଶ ଦେଶରେ ସବୁଠୁ ଆଗରେ ରହିଛି ।