ଜାତୀୟ ମଂଚରେ ଓଡିଆଙ୍କ ଜୟଯାତ୍ରା ! ଜାଣନ୍ତୁ ରିୟଲିଟି ସୋ’ରେ କେଉଁ ୧୦ଜଣ ଓଡିଶା ପାଇଁ ପାଲଟିଛନ୍ତି ଗୌରବ

63

ଜାତୀୟ ମଂଚରେ ଓଡିଆ ପ୍ରତିଭାଙ୍କ ଜୟଯାତ୍ରା ଅତୀତରେ ଅନେକ ଦେଖିବାକୁ ମିଳିଛି । ଏକାଧିକ ଓଡିଆ ଜାତୀୟ ସ୍ତରରେ ନିଜ ଟ୍ୟାଲେଂଟ୍ ବଳରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ସଙ୍ଗୀତ ପ୍ରତିଯୋଗୀତାର ମଂଚ ହେଉ କି ଡ୍ୟାନ୍ସ ରିୟାଲିଟି ଶୋ ଅନେକ ପ୍ରତିଭା ଓଡିଶା ପାଇଁ ଗୌରବର କାରଣ ପାଲଟିଛନ୍ତି । ଏବେ ନଜର ପକାନ୍ତୁ ୧୦ଜଣ ଓଡିଆ ପ୍ରତିଭାଙ୍କ ଉପରେ ଯିଏ ନିଜ ଟ୍ୟାଲେଂଟ୍ ବଳରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ ö

ଅନନ୍ୟା ଶ୍ରୀତମ୍ ନନ୍ଦ :
ପ୍ରତିଭାବାନ୍ କଣ୍ଠଶିଳ୍ପୀ ୧୩ ବର୍ଷୀୟ ଅନନ୍ୟା ୨୦୧୫ରେ ହାତେଇଥିଲେ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍’ ଟ୍ରଫି । ଅନେକ ବଛା ବଛା ସିଙ୍ଗରଙ୍କୁ ପଛରେ ପକାଇ ଟ୍ରଫି ସହ ଜିତିଥିଲେ ଦର୍ଶକ ଏବଂ ଜଜଙ୍କ ହୃଦୟ । ସୁପରହିଟ୍ ସିନେମା ‘ଏମ ଏସ୍ ଧୋନି’ରେ କଣ୍ଠଦାନ କରିଛନ୍ତି ଅନନ୍ୟା । ଏହା ସହ ଅନେକ ଓଡିଆ ସିନେମାରେ ମଧ୍ୟ ଗୀତ ବୋଲିଛନ୍ତି ।

ବର୍ଣ୍ଣାଳୀ ହୋତା :
ଷ୍ଟାର୍ ପ୍ଲସର ଲୋକପ୍ରିୟ ରିୟଲିଟି ସୋ’ ଦିଲ୍ ହୈ ହିନ୍ଦୁସ୍ତାନୀରେ ରନର୍ସ୍ ଅପ୍ ହୋଇଥିଲେ ବର୍ଣ୍ଣାଳୀ । ନିଜର ରେଶମୀ ଭଏସ୍ ପାଇଁ ଦର୍ଶକଙ୍କ ହୃଦୟରେ କରିଥିଲେ ରାଜ୍ । ଏବେ ବର୍ଣ୍ଣାଳୀଙ୍କ ନଜର ଆମେରିକାର ରିୟଲିଟି ସୋ’ ‘ଆମେରିକା ଗଟ୍ ଟ୍ୟାଲେଂଟ’ର ଟ୍ରଫି ଉପରେ ।

ଋତୁରାଜ୍ ମହାନ୍ତି :
ସଙ୍ଗୀତ ମଇଦାନରେ ଅନେକ ସହ ପ୍ରତିଯୋଗୀଙ୍କୁ ମାତ୍ ଦେଇ ଇଣ୍ଡିଆସ୍ ର ଷ୍ଟାର୍ ହୋଇଥିଲେ ନିମାପଡାର ଋତୁରାଜ୍ ମହାନ୍ତି । ଅନେକ ଘାଇ ପ୍ରତିଘାତ ଭିତରେ ଆଗକୁ ବଢି ଚାଲିଥିଲେ ଋତୁରାଜ୍ । ଆଉ ଏବେ ଜଣେ ଲୋକପ୍ରିୟ ସେଲିବ୍ରିଟି ପାଲଟିଯାଇଛନ୍ତି ଋତୁରାଜ୍ ।

ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ :
୨୦୦୯ରେ ଇଣ୍ଡିଆସ୍ ଗଟ୍ ଟ୍ୟାଲେଂଟ୍ ବିଜେତା ହୋଇଥିଲେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ । ନିଜର ନିଆରା ଡ୍ୟାନ୍ସ ଶୈଳୀରେ ଭାରତର ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ ବ୍ରହ୍ୱପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ।

ରାଜସ୍ମିତା କର :
ରାଉରକେଲାର ରଜସ୍ମିତା କର ୨୦୧୨ରେ ଡ୍ୟାନ୍ସ ଇଣ୍ଡିଆ ଡ୍ରାନ୍ସର ଟାଇଟେଲ୍ ନିଜ ନାଁରେ କରିଥିଲେ । ଡ୍ୟନ୍ସ ପାଇଁ ରାଜସ୍ମିତା ନିଜ ପାଠ ପଢାକୁ ଅଧାରେ ଛାଡି ଦେଇଥିଲେ ।

ସତ୍ୟଜିତ୍ ଜେନା :
କେନ୍ଦୁଝରର ସତ୍ୟଜିତ୍ ଏବେ ସାରେଗାମାପାରେ ନିଜ ସଂଗ୍ରାମ ଜାରି ରଖିଛନ୍ତି । ମଂଚରେ ସତ୍ୟଜିତ୍ ଦେଖାଉଛନ୍ତି ନିଜ ଗାୟିକିର କମାଲ୍ । ସତ୍ୟଜିତ୍ ପ୍ରତିଭାରେ ମନ୍ତ୍ରମୁଗ୍ଧ ହୋଇ ପ୍ରସିଦ୍ଧ ସଙ୍ଗୀତକାର ଏ.ଆର.ରେହମାନ ୭ ଦିନିଆ ଇଂଟରନସିପର ଅଫର ଦେଇଛନ୍ତି ।

ହରିହର ଦାସ :
ପପିଙ୍ଗ ଆଣ୍ଡ ଲକିଙ୍ଗ ଡ୍ୟାନ୍ସ୍ କରି ୨୦୧୨ ରେ ଇଣ୍ଡିଆସ୍ ଗଟ୍ ଟ୍ୟାଲେଂଟର ଗ୍ରାଣ୍ଡ୍ ଫିନାଲେରେ ଧୁମ୍ ମଚାଇଥିଲେ ବ୍ରହ୍ମପୁରର ହରିହର ଦାସ ।

ମାନସ କୁମାର ସାହୁ :
ଝୁରାବାଲିର ସୌଦାଗର ମାନସ ସାହୁ ୨୦୧୦ ଇଣ୍ଡିଆସ୍ ଗଟ୍ ଟ୍ୟାଲେଂଟର ହୋଇଥିଲେ ଫାନାଲିଷ୍ଟ୍ । ପୁରୀର ଏହି ପ୍ରତିଭା ଆମୀର୍ ଖାନଙ୍କ ସୋ ସତ୍ୟମେବ ଜୟତେରେ ମଧ୍ୟ ନଜର ଆସିଥିଲେ । ନିଜର ସ୍ୟାଣ୍ଡ ଆନିମେସନ୍ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି ।

ସୋହିନି ମିଶ୍ର :
୨୦୧୨ରେ ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ୍ ଆଇଡଲରେ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ପହଂଚି ପାରିଥିଲେ । ସୋହିନି ଓଲିଉଡରେ ଅନେକ ଗୀତରେ ନିଜ କଣ୍ଠଦାନ କରିଛନ୍ତି । ଏହା ସହ ନିଜର ଇଣ୍ଡିପପ୍ ହିନ୍ଦି ଆଲବମ୍ ‘ଲଭ୍ ରେନ୍ ବୋ’ ଜରିଆରେ ଅନେକ ପ୍ରଶଂସା ସାଉଁଟିଥିଲେ ।

ସ୍ନିତି ମିଶ୍ରା :
ବଲାଙ୍ଗିରର ସ୍ନିତି ୨୦୧୦ରେ ସାରେଗାମାପା ରାଇଜିଙ୍ଗ୍ ସୁପରଷ୍ଟାରରେ ନଜର ଆସିଥିଲେ । ଯଦିଓ ଟ୍ରଫି ଜିତିପାରିନଥିଲେ କିନ୍ତୁ ନିଜର ମତୁଆଲା ସଙ୍ଗୀତରେ ଅନେକ ନାଁ କମେଇ ପାରିଛନ୍ତି । ସେ ତାମିଲ୍ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି ।

ଇରା ମହାନ୍ତି :
ପ୍ରଥମ ଓଡିଆ ଗାୟିକା ଭାବରେ ଇରା ମହାନ୍ତି ୨୦୧୩ରେ ସାରେଗାମାପାରେ ନଜର ଆସିଥିଲେ ।