ଅଗରତାଲାରେ ଅସୁକ୍ଷିତ  ଓଡ଼ିଆ ଛାତ୍ରଛାତ୍ରୀ । ଉଦ୍ଧାର ପାଇଁ ଭିଡ଼ିଓ ଜରିଆରେ କାନ୍ଦି କାନ୍ଦି କଲେ ବିନତି, ତ୍ରିପୁରା ଯିବ ରାଜ୍ୟ ସରକାରଙ୍କ ୨ ଜଣିଆ ଟିମ୍ ।

150

କନକ ବ୍ୟୁରୋ: ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ । ସୂଚନା ମୁତାବକ ତ୍ରିପୁରା ରାଜଧାନୀ ଅଗରତାଲାରେ କିଛି ସ୍ଥାନୀୟ ଯୁବକ ଓଡ଼ିଆ ଛାତ୍ର୍ରଛାତ୍ରୀଙ୍କ ଆକ୍ରମଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଛାତ୍ରୀମାନେ ଏକ ଭିଡ଼ିଓ ଜାରି କରି ସମ୍ପୂର୍ଣ୍ଣ ଘଟଣାକୁ କାନ୍ଦି କାନ୍ଦି ବର୍ଣ୍ଣନା କରିଛନ୍ତି । ଯେଉଁ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ ତ୍ରିପୁରା ରାଜଧାନୀ ଅଗରତାଲାର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଠାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପାଖାପାଖି ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏବଂ ଗତ କିଛି ଦିନ ହେବ ସେମାନଙ୍କୁ ସ୍ଥାନୀୟ ଯୁବକମାନେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ତେବେ ତ୍ରିପୁରାରେ ଏଭଳି ଓଡ଼ିଆ ଛାତ୍ରଛାତ୍ରୀଙ୍କ ଉପରେ କାହିଁକି ଆକ୍ରମଣ ହେଉଛି ସେନେଇ ଓଡ଼ିଶା ସରକାରଙ୍କ ୨ ଜଣିଆ ଉଚ୍ଚସ୍ତରୀୟ କମିଟି ଅଗରତାଲା ଯାଉଛନ୍ତି  । ପି.ପରମେଶ୍ୱରଙ୍କ ନେତୃତ୍ୱରେ ଯିବେ ଅନୁଧ୍ୟାନ କରିବେ, ପିଲାଙ୍କୁ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଏହାସହ ଅଗରତାଲା ପୋଲିସ୍ ଅଧିକାରୀଙ୍କ ସହ ଓଡ଼ିଶା ଡିଜିପି କଥା ହୋଇଛନ୍ତି  । ସେମାନଙ୍କ ସୁରକ୍ଷାକୁ ବେଶ୍ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ବିଭାଗୀୟ ସଚିବ । ଗତକାଲି ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କାନ୍ଦି କାନ୍ଦି ନିଜର ସୁରକ୍ଷା ପାଇଁ ଆକୁଳ ବିନତି କରୁଛନ୍ତି ଅଗରତାଲାରେ ନିର୍ଯାତିତ ହେଉଥିବା ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ।