ଆସିଲା ରେଡିଓ ଚକଲେଟର ନୂଆ ସଙ୍ଗ : ମନ ଜିଣିଲା ପ୍ରିୟା ମୋରର ନୂଆ ଭର୍ସନ

108

ଓଡିଆ ସ୍ରୋତାଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ରେଡିଓ ଚକଲେଟ୍ ଭେଟିଦେଇଛି କ୍ଲାସିକ୍ ଓଡିଆ ଗୀତ ପ୍ରିୟା ମୋରର ଏକ ନୂଆ ଭର୍ସନ । ଲୋକପ୍ରିୟ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ ସ୍ୱରରେ ଏହି ଗୀତଟି ହୋଇପାରିଛି ବେଶ ମନଛୁଆଁ । ଗୀତଟି ଆଜିର ମ୍ୟୁଜିକକୁ ନଜର ରଖି ପ୍ରସ୍ତୁତ କରାଯାଇଛି । ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର ନିର୍ମଳ ନାୟକ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୌମିତ୍ରି ପଲାଇ । ରତିକାନ୍ତ ଶତପଥୀଙ୍କ ସୃତିମଧୂର କଣ୍ଠ ଗୀତଟିକୁ କରିଛି ଆହୁରି ଅଧିକ ଆକର୍ଷଣୀୟ । ପ୍ରତ୍ୟେକ ଶୁକ୍ରବାର ଓଡିଶାର ନମ୍ବର ୧ ରେଡିଓ ଚ୍ୟାନେଲ୍ ରେଡିଓ ଚକଲେଟ ୧୦୪ ଏଫ୍ଏମ୍ ଭେଟି ଦେଇଥାଏ ନୂଆ ନୂଆ ଗୀତ । ଆଉ ଏଥର ଓଡିଆ ସ୍ରୋତାଙ୍କ ପାଇଁ ଭେଟି ଦେଇଛି ପ୍ରିୟା ମୋର ଟାଇଟଲର ଏହି ମନଛୁଆଁ ଗୀତ ।

ତେବେ ନିଜ ଗୀତକୁ ପ୍ରମୋଟ କରିବା ପାଇଁ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ପହଁଚିଥିଲେ ରେଡିଓ ଚକଲେଟର ଏକ ଶୋ’ରେ । ଆର୍ ଅନୀଲ ଶୋ ଚକଲେଟ କାଉଁଟ ଡାଉନରେ ପହଁଚି ନିଜର ଏହି ନୂଆ ଗୀତ ବିଷୟରେ ଏବଂ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ସେୟାର୍ କରିଥିଲେ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ । ପୁରୁଣା ଗୀତର ଏକ ସିଗନେଚର୍ ଲାଇନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ନୂଆ ଭର୍ସନ ଓଡିଆ ସ୍ରୋତାଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା ରଖିଛନ୍ତି ମେକର୍ । ନୂଆ ଲିରିକ୍ସ ଏବଂ ନୂଆ ମ୍ୟୁଜିକ୍ ସହ ରିଲିଜ୍ ହୋଇଥିବା ‘ପ୍ରିୟା ମୋର’ର ଏହି ନୂଆ ଭର୍ସନକୁ ଓଡିଆ ସ୍ରୋତା ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ସାଇଟ ୟୁଟୁବରେ ଏହାକୁ ଲାଇକ୍ ଓ ସେୟାର୍ କରାଯାଉଛି ।