ଓଡ଼ିଆ ପୁଅଙ୍କୁ ଭରସିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସୁଧି ରଞ୍ଜନ ମହାନ୍ତି ହେଲେ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ।

595

କନକ ବ୍ୟୁରୋ : ନୂଆ ବର୍ଷରେ ଓଡିଶା ପାଇଁ ଖୁସିଖବର ଆଣିଲେ ଓଡିଆ ପୁଅ ସୁଧି ରଞ୍ଜନ ମହାନ୍ତି । ମଧ୍ୟପ୍ରଦେଶର ଶାସନ ବ୍ୟବସ୍ଥାର ମଙ୍ଗ ଧରିଲେ ଜଣେ ଓଡିଆ ପୁଅ । ଓଡିଶାରେ ଜନ୍ମିତ ୧୯୮୨ ବ୍ୟାଚର ଆଇଏଏସ ଅଫିସର ସୁଧି ରଞ୍ଜନ ମହାନ୍ତି ଓଡିଶାର ସଫଳ ପୁଅ ହୋଇଛନ୍ତି । ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିୟୋଜିତ ହୋଇଛନ୍ତି ଓଡିଶାର ଏହି ଓଡିଆ ପୁଅ ସୁଧି ରଞ୍ଜନ ମହାନ୍ତି । ପୂର୍ବରୁ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଥିବା ବି.ଏସ. ସିଂହଙ୍କର ସୋମବାର କାର୍ଯ୍ୟକାଳ ଶେଷ ହୋଇଛି ।

ତେବେ ଆସନ୍ତାକାଲି ଅର୍ଥାତ ନବବର୍ଷରୁ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ସୁଧି ରଞ୍ଜନ । ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ କାର୍ଯ୍ୟରତ ଥିଲେ ଏହି ଓଡିଆ ପୁଅ । ଏହା ସହ ମଧ୍ୟପ୍ରଦେଶର ଷ୍ଟେଟ୍ ଇଣ୍ଡଷ୍ଟ୍ରିଆଲ୍ ଡେଭଲ୍ପମେଣ୍ଟ କର୍ପୋରେସନର ମଧ୍ୟ ନିର୍ଦ୍ଦେଶକ ପରିଚାଳକ ଥିଲେ ଓଡିଆ ପୁଅ ସୁଧି ରଞ୍ଜନ ମହାନ୍ତି । ଜାନୁୟାରୀ ୨୦, ୨୦୦୦ ମସିହାରୁ ଜାନୁୟାରୀ ୮, ୨୦୦୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ଅବସ୍ଥାପିତ ଥିଲେ ।