ଦରିଆ ପାରିରେ ଓଡିଆ ସ୍ୱର ! ଅଷ୍ଟ୍ରେଲିଆନ୍ ମୁଭିରେ ଗୀତ ଗାଇଲେ ଓଡିଆ ଝିଅ ପ୍ରଜ୍ଞା ପାତ୍ର

64

ଅନ୍ତର୍ଜାତୀୟ ସ୍ତରରେ ନିଜ କଣ୍ଠର ଯାଦୁ ଦେଖାଇଛନ୍ତି ଆଉ ଜଣେ ଓଡିଆ ଝିଅ । ଏକ ଅଷ୍ଟ୍ରେଲିଆନ୍ ମୁଭିରେ ଗୀତ ବୋଲିଛନ୍ତି ଓଡିଆ ସିଙ୍ଗର୍ ପ୍ରଜ୍ଞା ପାତ୍ର । ମୁଭିର ନାଁ ହେଉଛି ‘ ଦ କଲର ଅଫ୍ ଡାର୍କନେସ୍’ । ମୁଭିଟି ଆସନ୍ତା ମାସରେ ମେଲବର୍ଣ୍ଣରେ ହେବାକୁ ଥିବା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହେବ । ଏହା ପୂର୍ବରୁ ରିୟଲିଟି ସୋ ‘ଭଏସ୍ ଅଫ ଇଣ୍ଡିଆ’ରେ ମଧ୍ୟ ଭଲ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ ଭୁବନେଶ୍ୱର ଝିଅ ପ୍ରଜ୍ଞା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମ୍ୟୁଜିକରେ କ୍ୟାରିଅର କରିବା ପାଇଁ ଗୁଗୁଲରେ କରିଥିବା ନିଜର ଚାକିରି ମଧ୍ୟ ଛାଡି ଦେଇଛନ୍ତି ପ୍ରଜ୍ଞା । ଏହା ସହ ନୂଆ ନୂଆ ସିଙ୍ଗର୍ ମାନଙ୍କୁ ସୁଯୋଗ ଦେବା ପାଇଁ ପ୍ରଜ୍ଞା ‘ପୂଣ୍ୟ ପ୍ରଡକ୍ସନ’ ନାଁରେ ନିଜର ଏକ କମ୍ପାନୀ କରିଛନ୍ତି । ଯେଉଁଥିରେ ଏହି ସିଙ୍ଗର ମାନେ ନିଜର ମ୍ୟୁଜିକ କମ୍ପୋଜ କରିବା ସହ ମୁମ୍ବାଇର ପପୁଲାର କଣ୍ଠଶିଳ୍ପୀ , ମ୍ୟୁଜିକ କମ୍ପୋଜର ଓ ପ୍ରଡ୍ୟୁସର ମାନଙ୍କ ସହ ମଧ୍ୟ ଯୋଗାଯୋଗ କରି ପାରିବେ  ।