ଭୁଲ୍ କହୁଥିଲେ ଆଇନଷ୍ଟାଇନ୍ ! ତାରାର ଓଜନ ଆକଳନ କଲେ ଓଡିଆ ବୈଜ୍ଞାନିକ କୈଳାଶ ସାହୁ

187

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଓଡିଆ ବୈଜ୍ଞାନିକ ସୃଷ୍ଟି କରିଛନ୍ତି ଏକ ନୂଆ ଅଧ୍ୟାୟ । ଆମେରିକାର ଟେଲିସ୍କୋପ ସାଇନ୍ସ ଇନଷ୍ଟିଚ୍ୟୁଟରେ ଓଡିଆ ବୈଜ୍ଞାନିକ କୈଳାଶ ସାହୁ ତାରାର ଓଜନ ଆକଳନ କରି ମହାକାଶ ବିଜ୍ଞାନର ଏକ ନୂଆ ଦିଗକୁ ଆବିଷ୍କାର କରିଛନ୍ତି । ଏହା ସହ ଭୁଲ ପ୍ରମାଣିତ ହୋଇଛି ଆଇନଷ୍ଟାଇନଙ୍କ ମତ । କାରଣ ତାରାର ଓଜନ ଆକଳନ ସମ୍ଭବ ନୁହେଁ ବୋଲି କହିଥିଲେ ଭୈାତିକ ବିଜ୍ଞାନର ଏହି ଜନକ । ଏବେ କିନ୍ତୁ ଆଇନଷ୍ଟାଇନଙ୍କ ଅନୁସନ୍ଧାନକୁ ପଛର ପକାଇ ତାରାର ଓଜନ ଆକଳନ କରିଛନ୍ତି ଜଣେ ଓଡିଆ ବୈଜ୍ଞାନିକ ।

ଗ୍ରାଭିଟେସନାଲ ଲେନସିଂ ଥିଓରି ବଳରେ ସମ୍ଭବ ହୋଇଛି ଏହି ପରୀକ୍ଷଣ । ୨୦୦୯ ମସିହାରେ ମାଧ୍ୟାକର୍ଷଣ ବଳକୁ ବ୍ୟବହାର କରି କିଛି ଆଲୋକ ତରଙ୍ଗ ମହାକଶକୁ ପ୍ରେରଣ କରିଥିଲେ ଗବେଷଣାକାରୀ ଦଳ । ଆରମ୍ଭ ହୋଇଥିଲା ଗବେଷଣା । ଟାର୍ଗେଟରେ ଥିଲା ପୃଥିବୀ ଠାରୁ ୧୮ଆଲୋକ ବର୍ଷ ଦୂରରେ ଥିବା ତାରକା ଷ୍ଟେନ । ୨୦୧୩ରୁ ୨୦୧୫ ମଧ୍ୟରେ ଷ୍ଟେନର ଗତିରେ କିଛି ପରିବର୍ତନ ଆସିଥିଲେ ମଧ୍ୟ ପ୍ରାୟତଃ ସ୍ଥତି ସମାନ ରହିଥିଲା । ଶେଷରେ ଜଣା ପଡିଲା ଷ୍ଟେନର ଓଜନ ୨୦୫୧ବି । ଏବେ ନଜର ପକାନ୍ତୁ କେମିତି ଏହି ଓଡିଆ ଆମ୍ଭକରିଥିଲେ ମହାକାଶ ଗବେଷଣା ।

ଗଞ୍ଜାମ ଜିଲ୍ଲା ବେଲଗାମ ଗାଁରେ କୈଳାଶଙ୍କ ଜନ୍ମ । ଡିବି ଆଲୁଅରେ ଶେଷ ହୋଇଥିଲା ତାଙ୍କ ସ୍କୁଲ ଶିକ୍ଷା । କିନ୍ତୁ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ସବୁ ପ୍ରତିବନ୍ଧକ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପରେ ଆଇଆଇଟି ଖଡଗପୁରରେ ସେ ପାଠ ପଢିଥିଲେ । ଆଉ କଠିନ ପରିଶ୍ରମ ବଳରେ ସେ ହୋଇପାରିଥିଲେ ନାସାର ଜଣେ ବରିଷ୍ଠ ବୈଜ୍ଞାନିକ । ମହାକାଶ ବିଜ୍ଞାନରେ ଏହି ବଡ ସଫଳତା ପରେ ଓଡିଆ ବୈଜ୍ଞାନିକ କୈଳାସ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।