ମିଳିଲା ମୁକ୍ତିର ଆନନ୍ଦ : ଘରକୁ ବାହୁଡୁଛନ୍ତି ଦୁବାଇରେ ବନ୍ଦୀ ୫ ଓଡିଆ

30

କନକ ବ୍ୟୁରୋ : ମିଳିଲା ମୁକ୍ତିର ଆନନ୍ଦ। ଘରକୁ ଫେରୁଛନ୍ତି ଦୁବାଇରେ ଫସିଥିବା ୫ ଓଡ଼ିଆ। କିଛି ସମୟ ପୂର୍ବରୁ ସମସ୍ତେ ଦୁବାଇରୁ ବିମାନରେ ଯାତ୍ରା ଆରମ୍ଭ କରିଛନ୍ତି । ରାତି ୨ଟା ସୁଦ୍ଧା ଦିଲ୍ଲୀରେ ପହଁଚିବେ। ପରେ ସକାଳ ସୁଦ୍ଧା ଭୁବନେଶ୍ୱରରେ ପହଁଚିବାର ସମ୍ଭାବନା ରହିଛି ।

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦୁବାଇରେ ଥିବା ପ୍ରବାସୀ ଓଡିଆ ସଂଗଠନ ସେମାନଙ୍କୁ ଘରକୁ ଫେରାଇବା ନେଇ ତତ୍ପରତା ଦେଖାଇଥିଲେ । ଓଡିଶା ଫେରିବାକୁ ଆବଶ୍ୟକ ଟିକେଟର ବନ୍ଦୋବସ୍ତ କରିଥିଲେ। ଏହାପରେ ଦୁବାଇରେ ଫସିଥିବା ଓଡିଆଙ୍କ ଘରକୁ ଫେରିବା ବାଟ ଫିଟିଥିଲା ।

କାମ କରିବାକୁ ଯାଇ ଦୁବାଇରେ ଫସିଥିଲେ ଗଂଜାମ ଜିଲ୍ଲା ଖଲିକୋଟ ଓ ଖୋର୍ଦ୍ଧା ଅଂଚଳର ୫ଜଣ ଓଡିଆ। କାମ କରୁଥିବା କମ୍ପାନୀ କର୍ତୃପକ୍ଷ ସେମାନଙ୍କ ଦରମା ଟଂକା ନଦେବା ସହ ପାସପୋର୍ଟ ନେଇଯାଇଥିଲେ। ଏହାପରେ ଭୋକ ଉପାସରେ ଦିନ କାଟୁଥିଲେ ଓଡିଆ ଯୁବକ।