ମୁଖ୍ୟମନ୍ତ୍ରୀଙ୍କ ପାଟିର ‘ଆପଣ ଖୁସି ତ !’ ଏବେ ଭାରି ଲୋକପ୍ରିୟ : ନେଲା ଓଡିଆ ରାପ୍ ର ରୂପ

589

ପୂର୍ବରୁ ଆମେ ଅନେକ ହିନ୍ଦି ଗୀତର ରାପ୍ ଦେଖି ସାରିଛନ୍ତି । ଓଡ଼ିଆ ଗୀତକୁ ନେଇ ରାପ୍ ହୋଇଥିବା କଥା ପ୍ରାୟ ବିରଳ । ନିକଟରେ ସୋସିଆଲ୍ ମିଡିଆରେ ଛାଇବାରେ ଲାଗିଛନ୍ତି ଓଡ଼ିଆ ପୁଅ ସମୀର ରିଷୁ ମହାନ୍ତି। ସମୀର ପୂର୍ବରୁ ଓଡ଼ିଆ ଗୀତ ‘ବୋଉ’, ‘ମୁଁ ହେଲି ଓଡ଼ିଆ’ ଆଦି ଶୀର୍ଷକରେ ରାପ୍ କରି ସାରିଛନ୍ତି। ସେ ଓଡ଼ିଶାରେ ପ୍ରଥମେ ରାପ୍ ବାହର କରି ଚର୍ଚ୍ଚାରେ ରହି ସାରିଛନ୍ତି। ଏଥର କରିଥିବା ରାପରେ ସେ ଓଡ଼ିଶା ସଂପର୍କରେ ଏକ ଗୀତ କରି ତାହାକୁ ରାପ୍ କରିଛନ୍ତି। ଗୀତ ଭିତରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ମହାବାତ୍ୟାରୁ ନେଇ ବିକାଶ ଆଦି ସବୁକିଛି ସ୍ଥାନ ପାଇଛି।

ଏହି ଗୀତଟିକୁ ସେ ସୋସିଆଲ୍ ମିଡିଆରେ ଅପଲୋଡ କରିବା ସହ ଏହା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କର ଏକ ଭିଡିଓ କ୍ଲିପକୁ ବି ଯୋଡ଼ିଛନ୍ତି ସେଥିରେ। ସେ ତିଆରି କରିଥିବା ଏହି ନୂଆ ମ୍ୟୁଜିକ୍ ଭିଡିଓର ନାମ ଦେଇଛନ୍ତି ‘ଖୁସି ତ!’। ଓଡ଼ିଶାକୁ ନେଇ ନିଜ ମନରେ ଥିବା ଖୁସି ଓ ଗୌରବକୁ ସେ ଭିଡିଓ ଜରିଆରେ ପ୍ରକାଶ କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ସେୟାର୍ କରି ସାରିଲେଣି। ଭିଡିଓଟିକୁ ବହୁ ଲୋକପ୍ରିୟତା ମିଳିଛି ବୋଲି ଅନୁମାନ କରାଯାଉଛି। ପୋଷ୍ଟ ହେବାର ମାତ୍ର ୧୮ ଘଣ୍ଟା ମଧ୍ୟରେ ୧୨ ହଜାର ବ୍ୟବହାରକାରୀ ଭିଡିଓଟିକୁ ଦେଖି ସାରିଲେଣି। ପୂର୍ବରୁ ସେ କରିଥିବା ରାପ୍ ଗୁଡ଼ିକ ବି ସଫଳ ହୋଇଥିବା ସୂଚନା ରହିଛି।