ସାମାଜିକ ସେବା ପାଇଁ ସିଙ୍ଗାପୁରରେ ଓଡିଆ ଯୁବକ ନୀଳମାଧବ ପଟ୍ଟନାୟକଙ୍କୁ ସମ୍ମାନ

21

କନକ ବ୍ୟୁରୋ : ସିଙ୍ଗାପୁରରେ ଓଡିଆ ପୁଅଙ୍କୁ ସମ୍ମାନ । ତ୍ୟାଗପୂତ ଭାବରେ ସାମାଜିକ ସେବା ପାଇଁ ଭୁବନେଶ୍ୱରର ନୀଳମାଧବ ପଟ୍ଟନାୟକଙ୍କୁ ମିଳିଛି ସମ୍ମାନ । ସିଙ୍ଗାପୁର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଲଙ୍ଗ୍ ସର୍ଭିସ ଆୱାର୍ଡରେ ସମ୍ମାନିତ କରାଯାଇଛି । ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏସ୍ ଇଶ୍ୱରନ୍ ନୀଳମାଧବଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ସିଙ୍ଗାପୁର ୱେଷ୍ଟ କୋଷ୍ଟ ନିର୍ବାଚନ ମଣ୍ଡଳୀରେ ନୀଳମାଧବ ସକ୍ରିୟ ଭାବେ ସାମାଜିକ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସେ ବର୍ତମାନ ଆଇଏଇସିର ଉପସଭାପତି ଅଛନ୍ତି । ଏହା ସହିତ ସେ ସିଙ୍ଗାପୁରର ଓଡିଆ ସଂଗଠନ ସିଙ୍ଗୋଡିଆର ଜଣେ ସକ୍ରିୟ ସଦସ୍ୟ । ନୀଳମାଧବ ପ୍ରଥମ ଓଡିଆ ଭାବେ ଏହି ପୁରସ୍କାର ପାଇଛନ୍ତି ।