ଗୁଗଲରେ ଆସିବ ଓଡିଆ: ୭ଟି ଭାଷା ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନି ଭାରତୀୟ ଭାଷାକୁ ସାମିଲ କରିବାକୁ ଘୋଷଣା

ଉର୍ଦ୍ଦୁ, ପଂଜାବୀ ସହ ଓଡିଆରେ ବି ଖୋଜିହେବ ଅନ୍ ଲାଇନରେ ତଥ୍ୟ

570

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଗୁଗୁଲରେ ସାମିଲ ହେବ ଓଡିଆ ଭାଷା । ଏଣିକି ଆପଣ ଓଡିଆରେ ଲେଖି ଗୁଗୁଲରେ କୌଣସି ବି ତଥ୍ୟ ଖୋଜି ପାରିବେ । ଏଭଳି ସୂଚନା ଦେଇଛି ଗୁଗୁଲ । ଭାରତୀୟ ଭାଷାରେ ଏହାର ସର୍ଚ୍ଚ ଇଂଜିନର ବ୍ୟବହାର ବଢାଇବା ନେଇ ପଦକ୍ଷେପ ନେଇଛି ଗୁଗୁଲ ଏବଂ ଅଧିକରୁ ଅଧିକ ଭାରତୀୟ ଭାଷାକୁ ଏଥିରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଗୁଗୁଲ ଇଣ୍ଡିଆର ପଂଚମ ବାର୍ଷିକ ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତବର୍ଷ ତାମିଲ, ତେଲୁଗୁ, ଗୁଜରାଟି, ମରାଠୀ, କନ୍ନଡ ଓ ମାଲାୟଲମ୍ ଭାଷାକୁ ସାଲିମ କରିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନିଟି ଭାଷା ସାମିଲ ହେବ ବୋଲି କହିଛି ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଂଜିନ । ଏହି ତାଲିକାରେ ଓଡିଆ, ଉର୍ଦ୍ଦୁ ଓ ପଂଜାବୀ ରହିଥିବା ଜଣାପଡିଛି ।