ଗୀତ ଏତେ ତ ଫିଲ୍ମ କେତେ !

40

ରଜରେ ରିଲିଜ ହେବ ଏହି ଆକ୍ସନଧର୍ମୀ ମୁଭି ଅଗସ୍ତ୍ୟା । କିନ୍ତୁ ରିଲିଜ ଆଗରୁ ହିଁ ଧୁମ ମଚାଇଲାଣି ମୁଭିର ଗୀତ । ମାତ୍ର ୨ ସପ୍ତାହ ମଧ୍ୟରେ ଗୀତର ଦର୍ଶକ ୧ ଲକ୍ଷରୁ ଅଧିକ ହୋଇସାରିଲେଣି । ଗୀତର ମୁଖଡା ରହିଛି “ଧୀରେ ଧୀରେ ଭଲ ପାଇଗଲି, ଯେବେ ତୋ ସାଥିରେ ଦେଖା ହେଲି” । ୟୁଟ୍ୟୁବରେ ଏହାର ଲୋକପ୍ରିୟତା ବଢିବା ସହ ଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗୀତଟିକୁ ଅନନ୍ୟା ଓ ହ୍ୟୁମାନ ସାଗର ନିଜ କଣ୍ଠର ଯାଦୁରେ ସଜାଇଥିବା ବେଳେ ମ୍ୟୁଜିକ କମ୍ପୋଜ କରିଛନ୍ତି ପ୍ରେମ୍ ଆନନ୍ଦ । ମୁଭିରେ ଅନୁଭବଙ୍କ ବିପକ୍ଷରେ ନଜର ଆସିବେ ସୁନ୍ଦରୀ ଝିଲିକ୍  ।