ରାଜ୍ୟ ସରକାରଙ୍କ ଓଡିଆ ପ୍ରେମ ! ଇଂରାଜୀରେ ଆସିଲା ଓଡିଆ ଭାଷା ଆଇନର ନିୟମାବଳୀ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଆକୁ ସରକାରୀ ଭାଷା କରିବା ପାଇଁ ଅଂଟା ଭିଡିଛନ୍ତି ଓଡିଶା ସରକାର। ଗତ ୧୨ ତାରିଖରେ ଏନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି । ସରକାର କହୁଛନ୍ତି, ଓଡିଆକୁ ସରକାରୀ ଭାଷା କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆଇନର ନିୟମାବଳୀ ଆସିଛି ଇଂରାଜୀରେ । ସରକାରୀ କଳରେ ଓଡିଆ ଭାଷାକୁ ବ୍ୟବହାର କରିବା ପାଇଁ ସମସ୍ତ ପ୍ରସ୍ତୁତି ହେଉଥିବା ସରକାର କହୁଥିବା ବେଳେ ପ୍ରଶ୍ନ ଉଠୁଥି ଏଭଳି ବିଜ୍ଞପ୍ତି କାହିଁକି ଓଡିଆରେ ଆସିପାରୁନାହିଁ ।

ଅନ୍ୟପଟେ ଆରମ୍ଭ ହୋଇଛି ଭାଷା ଆନ୍ଦୋଳନ ଓଡ଼ିଶାର କଳାପତାକା ପଟୁଆ । ବିଧାନସଭା ସମ୍ମୁଖ ନବକୃଷ୍ଣ ପ୍ରତିମୂର୍ତି ଠାରୁ ରାଜଭବନ ସ୍ଥିତ ମଧୁସୂଦନ ପ୍ରତିମୂର୍ତି ପର୍ଯ୍ୟନ୍ତ ଯାଇଥିଲା ଏହି ରାଲି। ସେଠାରେ ପହଂଚିବା ପରେ ପ୍ରତିବାଦକାରୀ ମଧୁବାବୁଙ୍କୁ ମାଲ୍ୟାପର୍ଣ କରିଛନ୍ତି । ଭାଷା ଆଇନ ପ୍ରଚଳନ ହୋଇଥିଲେ ମଧ୍ୟ ଉଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନ କରାଯାଇନାହିଁ । ଏହାକୁ ବିରୋଧ କରି ପୁଣି ଥରେ କଳାପତାକା ପଟୁଆର ଆରମ୍ଭ କରିଛି ଭାଷା ଆନ୍ଦୋଳନ ଓଡିଶା। ଯେ ପର୍ଯ୍ୟନ୍ତ ଭାଷା ଆଇନ ଉଲଂଘନକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହଯାଇଛି।