ନିଟରେ ଓଡିଆ ଭାଷା ସ୍ଥାନ ନପାଇବା ପ୍ରସଙ୍ଗ! ଗଣ ଶିକ୍ଷା ମନ୍ତ୍ରୀ କହିଲେ, ନିଷ୍ପତି ଦୁର୍ଭାଗ୍ୟଜନକ

67

କନକ ବ୍ୟୁରୋ : ନିଟରେ ଓଡ଼ିଆ ଭାଷା ସ୍ଥାନ ନପାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ନିଷ୍ପତିକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଉପଯୁକ୍ତ ଫୋରମରେ ପ୍ରତିବାଦ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏମବିବିଏସ ଓ ବିଡିଏସ ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ୮ଟି ଭାଷାରେ ପରୀକ୍ଷା ଆୟୋଜନ କରାଯିବ । ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଗୁଜରାଟି, ମରାଠି, ବଙ୍ଗଳା, ଅହମିୟା, ତେଲୁଗୁ ଓ ତାଲିମ ଭାଷାରେ ସର୍ବଭାରତୀୟ ଜାତୀୟ ଦକ୍ଷତା ପରୀକ୍ଷା ଆୟୋଜିତ ହେବ ।