ବିଧାନସଭାରେ ପାରିତ ହେଲା ଓଡିଶା ସରକାରୀ ଭାଷା ସଂଶୋଧନ ବିଲ୍ ! ଏଣିକି ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ହେବ ଓଡିଆ ଭାଷାର ବ୍ୟବହାର ।

70

କନକ ବ୍ୟୁରୋ : ବିଧାନସଭାରେ ପାରିତ ହୋଇଛି ଓଡିଆ ସରକାରୀ ଭାଷା ବିଲ । ଏହି ବିଲର ଦ୍ୱିତୀୟ ସଂଶୋଧନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଆଗତ କରିଛନ୍ତି । ଏହି ବିଲ୍ ପାରିତ ହେବା ସହ ଓଡିଆ ଭାଷା ରାଜ୍ୟର ସରକାରୀ ଭାଷା ଭାବେ ମାନ୍ୟତା ପାଇଛି । ଏହା ସହ ଏହାର ଖିଲାପକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ମଧ୍ୟ ରହିଛି । ସରକାରୀ କାର୍ଯ୍ୟରେ ଓଡିଆ ଭାଷାକୁ ବାଧ୍ୟତାମୂଳକ କରାଯାଇଛି ।

ଏଥିରୁ ସଂପୃକ୍ତ ଅଧିକାରଙ୍କ ସମେତ ବିଭାଗୀୟ ଅଧିକାରୀ ବାଦ୍ ପଡିବେ ନାହିଁ ବୋଲି ଆଇନରେ ବ୍ୟବସ୍ଥା ଥିବା ଜଣାପଡିଛି । ପୂର୍ବରୁ ଏହି ବିଲରେ ଖିଲାପକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ନଥିଲା । ଏହାକୁ ନେଇ ରାଜ୍ୟରେ କେତେକ ସଂଗଠନ ତୀବ୍ର ବିରୋଧ କରିବା ସହ ଦଣ୍ଡବିଧାନ ବ୍ୟବସ୍ଥା ରଖିବାକୁ ଦାବି କରିଥିଲେ । ତେବେ ଏଣିକି ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ହେବ ଓଡିଆ ଭାଷା । ଆଉ ସବୁଠାରୁ ବଡ କଥା ହେଉଛି ବିଧାନସଭାରେ ପାରିତ ହୋଇଥିବା ଏହି ବିଲରେ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି ।