ଜମ୍ମୁ-କାଶ୍ମୀର ଉରି ସେକ୍ଟରରେ ଓଡିଆ ବିଏସଏଫ ଯବାନ ପୀତବାସ ମାଝି ସହିଦ

50

ନୂଆପଡା : ଜମ୍ମୁ-କାଶ୍ମୀର ଉରି ସେକ୍ଟରରେ ଓଡିଆ ବିଏସଏଫ ଯବାନ ପୀତବାସ ମାଝି ସହିଦ ହୋଇଛନ୍ତି । ତାଙ୍କ ଘର ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝଲାରେ। ଆଜି ତାଙ୍କ ମରଶରୀର ଦାନୋଝଲାରେ ପହଂଚିବ । ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀର ରାୟପୁରରେ ପହଚିଂବା ପରେ ସଡକ ପଥରେ ତାଙ୍କ ଗାଁକୁ ଅଣାଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ଗତ ରବିବାର ଉରିରେ ସେନା କ୍ୟାମ୍ପସ ଉପରେ ଆତଙ୍କବାଦୀ ହାମଲା ପରେ ହୋଇଥିବା କମ୍ବିଂରେ ଆହତ ହୋିଥିଲେ ପୀତବାସ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।