କର୍ମ କ୍ଷେତ୍ରରେ ପହଂଚି ପାରିଲେନି ସୁଭେନ୍ଦୁ ! ୟୁପି ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଓଡିଆ ଯବାନଙ୍କ ଜୀବନ

33

4bf04871-a6a1-4e16-b011-73043389f31aଅକାଳରେ ଚାଲିଗଲା ଯବାନଙ୍କ ଜୀବନ । ଭାରତୀୟ ସେନାରେ କାର୍ଯ୍ୟରତ ଓଡିଆ ଯବାନ ସୁଭେନ୍ଦୁ ମିଶ୍ର ଟ୍ରେନ ଦୁର୍ଘଟଣାରେ ଆଖି ବୁଜିଛନ୍ତି । ରବିବାର ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏହି ଯୁବ କ୍ୟାପଟେନ୍ ।

ନୟାଗଡ ବିନାୟକପୁରର ବାସିନ୍ଦା ସୁଭେନ୍ଦୁଙ୍କ ପରିବାର ଅନେକ ଦିନହେଲା ଭୁବନେଶ୍ୱରରେ ରହୁଥିଲେ । ନିୟନ୍ତ୍ରଣ ରେଖା(ଏଲଓସି)ରେ ନିୟୋଜିତ ସୁଭେନ୍ଦୁ ଦୁର୍ଘଟଣା ଦିନ ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । କର୍ମକ୍ଷେତ୍ରକୁ ଯିବା ସମୟରେ ପଲଟି ଯାଇଥିଲା ଟ୍ରେନର ୧୪ଟି ବଗି ।

ଆଜି ତାଙ୍କ ମୃତଦେହ ଭୁବନେଶ୍ୱରରେ ପହଂଚିଛି । ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ଡେରାଡୁନରୁ ୨୦୧୦ରେ ଉତ୍ତୀର୍ଣ୍ଣ ହେବା ପରେ ସେ ୨୩ ପାରା ପ୍ରତାପ ସେକ୍ସନରେ ଜଣେ କ୍ୟାପଟେନ ଭାବେ ଯୋଗ ଦେଇଥିଲେ । ଦେଶ ମାତ୍ରୁକାର ରକ୍ଷା ପାଇଁ ସୁଭେନ୍ଦୁ ସବୁବେଳେ ତତ୍ପର ଥିଲେ ବୋଲି କହିଛନ୍ତି ତାଙ୍କ ବାପା ହିମାଂଶୁ ମିଶ୍ର ।