ଜାମ୍ମୁ-କାଶ୍ମୀର ପୁଲୱାମା ସିଆରପିଏଫ କ୍ୟାମ୍ପରେ ହମଲା । ଜଣେ ଓଡିଆଙ୍କ ସମେତ ୪ ଯବାନ ଶହିଦ, ୩ ଆତଙ୍କୀ ମୃତ

20

କନକ ବ୍ୟୁରୋ : ବର୍ଷର ଶେଷ ଦିନରେ ବି ସଇତାନୀ ଦେଖାଇଛି ପାକିସ୍ତାନ । ଦକ୍ଷିଣ କଶ୍ମୀରର ପୁଲବାମା ଜିଲ୍ଲାରେ ଏକ ସିଆରପିଏଫ କ୍ୟାମ୍ପ ଉପରେ ହମଲା କରିଛନ୍ତି ଆତଙ୍କବାଦୀ । ଏହି ହମଲାର ଓଡ଼ିଶାର ଜଣେ ଯବାନ୍ ସହିଦ ହୋଇଛନ୍ତି । ତାଙ୍କ ନାଁ ପ୍ରଦୀପ ପଣ୍ଡା, ଘର ରାଜଗାଙ୍ଗପୁର ଅଂଚଳରେ ।

ତାଙ୍କ ମୃତ୍ୟୁ ଖବର ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗତ ରାତି ୨ଟାରେ ୧୮୫ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ସମସ୍ତେ ଶୋଇଥିବା ବେଳେ ବନ୍ଧୁକ ଓ ଗ୍ରେନେଡ୍ ଧରି ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଦେଲେ । ଏଥିରେ ୫ ଜଣ ଯବାନ ସହିଦ୍ ହୋଇଯାଇଛନ୍ତି ।

ଏହା ପରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅପରେସନ୍ ଆରମ୍ଭ କରିଥିଲା ସେନା । ଅପରେସନରେ ଆତଙ୍କବାଦୀମାନେ ନିହତ ହୋଇଛନ୍ତି । ଏହି ହମଲା ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମଦ ନିଜକୁ ଦାୟୀ କରିଛି ।