ବିଦେଶରେ ବନ୍ଧା ପଡିଛି ଜୀବନ : ଦୁବାଇରୁ ଭିଡିଓ ପଠାଇଲେ ବନ୍ଦୀ ଓଡିଆ ଦାଦନ

158

କନକ ବ୍ୟୁରୋ : ବିଦେଶରୁ ଆସିଛି ଦାଦନର କରୁଣ କାହାଣୀ । ବନ୍ଦୀ ସାଜିଛନ୍ତି ୫ ଓଡ଼ିଆ ଯୁବକ। ରୋଜଗାର ଆଶାରେ ଘର ଛାଡିଥିବା ୫ ଯୁବକ ଦୁବାଇରେ ଫସି ରହିଛନ୍ତି । ସେମାନେ ହେଲେ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଅମିର୍ ପ୍ରଧାନ, ଅଶୋକ ବିଶ୍ୱାଳ, ବାବୁଲା ପାତ୍ର, ସନ୍ତୋଷ ସ୍ୱାଇଁ, ଓ କ୍ଷୀରମୋହନ ବେହେରା ।

ଠିକାସଂସ୍ଥା ଦୁଇମାସ ହେଲା ଦରମା ଦେଉନି । ପ୍ରତିବାଦ କରିବାରୁ ସେମାନଙ୍କ ପାସପୋର୍ଟ ଛଡାଇନେଇଛି। ଫଳରେ ଏକପ୍ରକାର ବନ୍ଦୀ ପାଲଟି ଯାଇଛନ୍ତି ଏହି ଯୁବକମାନେ । ବଂଚିବାକୁ ସେମାନେ ଶ୍ରମିକରୁ ପାଲଟିଯାଇଛନ୍ତି ଜରି ଗୋଟାଳି ।

ଗତବର୍ଷ ଜୁନ ମାସରେ ଏ ଯୁବକମାନେ ଦାଦନ ଖଟିବାକୁ ବାହାରି ପଡ଼ିଥିଲେ ଦୁବାଇ । ବ୍ରହ୍ମପୁରର ପ୍ଳାନେଟ୍ ଟେକ୍ ନାମକ ଏହି ସଂସ୍ଥା ଏମାନଙ୍କୁ ମୋଟା ଅଙ୍କର ଦରମା ଦେବାର ଲୋଭ ଦେଖାଇଥିଲା । ତେଣୁ ଘରଦ୍ୱାର ଛାଡ଼ି ଦୁବାଇରେ ପଂହଚିଥିଲେ ଏମାନେ । ହେଲେ ଏବେ ନିଜ ଦେଶକୁ ଫେରିବାକୁ ନେହୁରା ହେଉଛନ୍ତି । ଆଉ କନକ ନ୍ୟୁଜକୁ ଭିଡ଼ିଓ ପଠାଇ , ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ଦେଖନ୍ତୁ ମୁକ୍ତି ପାଇଁ ବାଟ ଖୋଜୁଥିବା ଏହି ଯୁବକମାନେ ପଠାଇଥିବା ଭିଡିଓ ।