ଓଡ଼ିଶା ପାଇଁ ଗୌରବ ଆଣିଲେ ମହିଳା କ୍ରିକେଟର୍ ସୁଶ୍ରୀ ଦିବ୍ୟଦର୍ଶିନୀ : ଏକମାତ୍ର ଓଡ଼ିଆ ଭାବେ ମହିଳା ଆଇପିଏଲରେ ପାଇଲେ ସ୍ଥାନ

1,387

କନକ ବ୍ୟୁରୋ : ଦେଶରେ ଆଇପିଏଲ୍ ଫିଭର ଜାରି ରହିଥିବା ବେଳେ ମହିଳା କ୍ରିକେଟରେ ବି ଖେଳିବେ ଆଇପିଏଲ୍ । ମହିଳା ଆଇପିଏଲକୁ ବିସିସିଆଇ ଅନୁମତି ଦେଇଛି । ତେବେ ଏହି ମହିଳା ଆଇପିଏଲରେ ରହିଛି ଓଡିଶା ପାଇଁ ଖୁସି ଖବର । ଏଥର ମହିଳା ଆଇପିଏଲ ଖେଳିବେ ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ । ସେ ମିଥାଲି ରାଜଙ୍କ ନେତୃତ୍ୱରେ ଭେଲୋସିଟି ଟିମରେ ଖେଳିବେ । ଆସନ୍ତା ମେ ୬ରୁ ୧୧ ତାରିଖ ଯାଏ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ମହିଳା ଆଇପିଏଲ୍ ମ୍ୟାଚ୍ । ତିନୋଟି ଦଳ ସୁପର ନୋଭାସ , ଟେଲବ୍ଲେକର୍ସ ଓ ଭେଲୋସିଟି ଟିମ୍ ଏଥିରେ ସାମିଲ ହେବେ ।

ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ ମହିଳା ଆଇପିଏଲ୍ ରେ ଭେଲୋସିଟି ଟିମରେ ସ୍ଥାନ ପାଇବା ନେଇ ରାଜ୍ୟର କ୍ରିକେଟରଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏପରି ସୁଯୋଗ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ମହିଳା କ୍ରିକେଟର । ଗତବର୍ଷ ମହିଳା ଆଇପିଏଲ୍ ମୁମ୍ୱାଇ ଠାରେ ପ୍ରଥମ ଥର କରି ଖେଳାଯାଇଥିଲା । ସେତେବେଳେ ମାତ୍ର ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ସ୍ରୁଶ୍ରୀ ପୂର୍ବରୁ ୧୯ ବର୍ଷରୁ କମ୍ ଭାରତୀୟ ଟିମ୍ ଓ ଇଷ୍ଟଜୋନ୍ ଟିମରୁ ଖେଳି ସାରିଛନ୍ତି । ଏବେ ଆଇପିଏଲରେ ନିଜର ଖେଳ ଦେଖାଇବେ ସୁଶ୍ରୀ ।