ମିସ୍ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି ମାରିଲେ ଓଡିଆ ଝିଅ ଏନି

57

କୋରାପୁଟର ଜୟପୁରରୁ ସୁନ୍ଦରୀ ପ୍ରତିଯୋଗିତାର ମଞ୍ଚ । ସୁନ୍ଦରୀ ପ୍ରତିଯୋଗିତାରେ ଆଉ ଜଣେ ଓଡ଼ିଆ ଝିଅ । ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ ଏଣ୍ଟ୍ରି କରିଛନ୍ତି ଜୟପୁରର ଏନି ପ୍ରିନ୍ସ । ୨୪ ତାରିଖରେ ବାଙ୍ଗାଲୁରୁରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଏନି । ଆଗରୁ ସେ ମିସ୍ ବାଙ୍ଗାଲୁରୁ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।

ପୂର୍ବରୁ ତାମିଲ ଓ କନ୍ନଡ ଚଳଚ୍ଚିତ୍ରରେ ବେଶ ନାଁ କରିଛନ୍ତି ଏନି । ହାତରେ ଆହୁରୀ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମଧ୍ୟ ରହିଛି । ପଛୁଆ ଜିଲ୍ଲା ଭାବେ ଗଣାଯାଉଥିବା କୋରାପୁଟ ଜିଲ୍ଲା ଜୟପୁରରୁ ସେ ନିଜ ଅଭିଯାନ ଆରମ୍ଭ କରିଥିଲେ । କ୍ୟାରିୟରର ପ୍ରଥମ ସୋପାନରେ ତାଙ୍କୁ ବେଶ୍ କଷ୍ଟ କରିବାକୁ ପଡିଥିଲା । ତେବେ ସେ ସବୁକୁ ଖାତିର ନକରି ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛନ୍ତି ଏନି । ଜୟପୁରର ଭଳି ଛୋଟିଆ ଅଞ୍ଚଳରୁ କ୍ୟାରିୟର ଆରମ୍ଭ କରିଥିବା ଏନି ଅଦମ୍ୟ ଇଚ୍ଛାଶକ୍ତି ବଳରେ ମିସ୍ ଇଣ୍ଡିଆ ଭଳି ବଡ ମଞ୍ଚରେ ନିଜକୁ ପ୍ରମାଣିତ କରି ପାରିଛନ୍ତି ।