ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ନେତା ଅଭିନେତା ! ନିଜ ନିଜ ଢଙ୍ଗରେ ସବୁ ଦଳର ପ୍ରଚାର ଜୋରଦାର

28

କନକ ବ୍ୟୁରୋ: ଗାଁରୁ ଗାଁ ବୁଲୁଛନ୍ତି ସୁପରଷ୍ଟାର । ପଂଚାୟତ ନିର୍ବାଚନକୁ ନେଇ ଚଳଚଂଚଳ ହୋଇପଡିଛି ଫୁଲବାଣୀ । ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିର୍ବାଚନ ପ୍ରଚାରର ଜୋରସୋରରେ ଲାଗିପଡିଛି । ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବାକୁ ଗାଁରୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ସିଦ୍ଧାନ୍ତ । ଫୁଲବାଣୀର ଖଜୁରିପଡା ଓଚକାପାଦ ଅଂଚଳର ୨ଟି ଜୋନ ପାଇଁ ପ୍ରଚାର କରିଛନ୍ତି ସିଦ୍ଧାନ୍ତ । ଅଭିନେତା ସିଦ୍ଧାନ୍ତ ରୋଡ ସୋ ଓ ପଥପ୍ରାନ୍ତ ସଭା କରି ବିଜେଡି ପାଇଁ ଭୋଟ ନିବେଦନ କରୁଥିବା ବେଳେ ବିଜେପିର ଷ୍ଟାର କ୍ୟାମ୍ପନର ଭାବେ କନକବର୍ଦ୍ଧନ ସିଂଦେଓଙ୍କୁ ଫିରିଙ୍ଗିଆ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରଚାର କରିଛନ୍ତି ।

ସେପଟେ, ୬୦ ବର୍ଷର କଂଗ୍ରେସ ଗଡକୁ ଜୟକରିବା ପାଇଁ ଉଭୟ ବିଜେପି ଓ ବିଜେଡିର ଜୋରଦାର ପ୍ରଚାର । ସୁନ୍ଦରଗଡ ଜିଲ୍ଲା ନିର୍ବାଚନ ମଣ୍ଡଳିର ବଡ ଗାଁ ବ୍ଲକରେ ବିଜେପି ଓ ବିଜେଡି ଘର ଘର ବୁଲି ପ୍ରଚାର କରିଛନ୍ତି । ବିଜେଡିର ଷ୍ଟାର ପ୍ରଚାରକ ଅନୁଭବ ମହାନ୍ତି ରୋଡ ସୋ କରିଥିବା ବେଳେ ଏବା ପ୍ରଭାବ ପକାଇବ ନାହିଁ ବୋଲି କଂଗ୍ରେସ କହିଛି ।