ରୂପେଲି ପରଦାରେ କମେଡି କିଙ୍ଗଙ୍କୁ ନେଇ ଫିଲ୍ମ ‘କଣ କଲା ସେ’

63

ପରଦାକୁ ଆସୁଛି ସଞ୍ଜୟ ନାୟକଙ୍କ ନିର୍ଦେଶିତ ଚଳଚ୍ଚିତ୍ର କଣ କଲା ସେ । ଚଳଚ୍ଚିତ୍ରରେ ଜଣେ ଗାଁଉଲି ଯୁବକ କିପରି ସଙ୍ଘର୍ଷ କରି ସୁପରଷ୍ଟାର ପାଲଟିଯାଉଛି ଓ ପୁଣି କିଛି ଲୋକଙ୍କ ଷଡଯନ୍ତ୍ରର ଶିକାର ହେଉଛି ତାକୁ ଦର୍ଶାଯାଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ପପୁ ପମ ପମଙ୍କ ପରି ଦେଖାଯାଉଥିବା ନବାଗତ ବାଳକୃଷ୍ଣ । ଖାଲି ସେତିକି ନୁହେଁ ପପୁଙ୍କ ଷ୍ଟାଇଲର ଚଷମା ଓ ହେୟାରଷ୍ଟାଇଲ ମଧ୍ୟ ରଖିଛନ୍ତି ବାଳକୃଷ୍ଣ ।

କୁହାଯାଉଛି ପପୁଙ୍କ ଉପରେ ତିଆରି ହେଉଛି ଫିଲ୍ମ କଣ କଲା ସେ । ଏଥିପାଇଁ ଅଭିନେତା, ଅଭିନେତ୍ରୀ ଓ ପୁରା ଟିମ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେପଟେ ଚଳଚ୍ଚିତ୍ରର କାହାଣୀ ପପୁଙ୍କ ଉପରେ ଆଧାରିତ ହୋଇଥିବା କଥାକୁ ଖଣ୍ଡନ କରିଛନ୍ତି ଅଭିନେତା ବାଳକୃଷ୍ଣ।