ପରଲୋକରେ ପ୍ରଖ୍ୟାତ କଳା ନିର୍ଦ୍ଦେଶକ ବୁଢା ମହାରଣା! ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ

34

କନକ ବ୍ୟୁରୋ: ପରଲୋକରେ ବର୍ଷୀୟାନ କଳା ନିର୍ଦ୍ଦେଶକ ବୁଢା ମହାରଣା । ଗତ କିଛି ଦିନ ହେବ ମୃତ୍ୟୁ ସହ ସଂଗ୍ରାମ ପରେ ଗତକାଲି ସନ୍ଧ୍ୟାରେ ପୁରୀ ମେଡିକାଲରେ ସେ ଆଖି ବୁଜିଛନ୍ତି । ଦୀର୍ଘ ୮ ମାସ ଧରି ବ୍ରେନ୍ ଷ୍ଟ୍ରୋକରେ ପୀଡିତ ଥିଲେ ବୁଢା ମହାରଣା । ଅନେକ ମେଡିକାଲରେ ଚିକିତ୍ସା କରାଇବା ପରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅର୍ଥାଭାବରୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇ ପାରିନଥିବା କହିଛନ୍ତି ପରିବାର ଲୋକେ ।

ଶ୍ରୀମନ୍ଦିରର ଚିତ୍ରକର ତଥା ସିନେ ଜଗତରେ କଳା ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜନ କରିଥିବା ବୁଢା ମହାରଣାଙ୍କୁ ଶ୍ରଦ୍ଧାଂଜଳି ଦେବାକୁ କୌଣସି ସରକାରୀ ଅଧିକାରୀ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାହାର ଦେଖା ମିଳି ନଥିଲା । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସଂସ୍କୃତିପ୍ରେମୀ । ପ୍ରଶାସନର ସହଯୋଗ ମିଳିଥିଲେ ହୁଏତ ସେ ଆରୋଗ୍ୟ ଲାଭ କରିଥାନ୍ତେ ବୋଲି କହିଛନ୍ତି ସମାଜସେବୀ ।