ଓଡ଼ିଶାରେ ଅକ୍ଷୟ କୁମାରଙ୍କ ସିନେମାର କ୍ରେଜ୍ ! ପ୍ରଶଂସକ ତିଆରି କଲେ ପ୍ୟାଡ଼ମ୍ୟାନର ଅବିକଳ ଟ୍ରେଲର

99

ଓଡ଼ିଶାରେ ଅକ୍ଷୟ କୁମାରଙ୍କ ସିନେମାର କ୍ରେଜ୍ । ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ପ୍ୟାଡ଼ମ୍ୟାନ ପାଇଁ ଓଡ଼ିଆ ପ୍ରଶଂସକ ତିଆରି କରିଛନ୍ତି ଏକ ଟ୍ରେଲର । ଅକ୍ଷୟ କୁମାରଙ୍କୁ ଉଦ୍ଦେଶ୍ୟରେ ଓ ତାଙ୍କ ପାଇଁ ହିଁ ତିଆରି ହୋଇଛି ଏହି ଟ୍ରେଲର । ଓଡ଼ିଆରେ ଥିବା ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ତାଙ୍କ ସିନେମାକୁ ସମର୍ଥନ କରିବା ସହ ଅକ୍ଷୟଙ୍କ ପାଇଁ ବହୁତ ସାରା ଭଲ ପାଇବା ଅଛି ବୋଲି ଜଣାଇଛନ୍ତି । ପ୍ୟାଡ଼ମ୍ୟାନର ପ୍ରଶଂସକ ତିଆରି କରିଥିବା ଟ୍ରେଲର ଆସିଯାଇଛି ବୋଲି ବେଶ ଉତ୍ସାହ ସହକାରେ ସେମାନେ ଟ୍ୱିଟ କରି ଜଣାଇଛନ୍ତି । ଏହି ଟ୍ରେଲରକୁ ଦେଖିବା ପାଇଁ ଓ ଶେୟାର କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ତେବେ ତାଙ୍କର ଏତେ କଷ୍ଟ ବଥା ଯାଇଛି । ପ୍ରଶଂସକମାନେ ତିଆରି କରିଥିବା ଟ୍ରେଲରକୁ ମଧ୍ୟ ଅୟକ କୁମାର ବହୁତ ପସନ୍ଦ କରିଛନ୍ତି । ପ୍ରଶଂସକଙ୍କ ଏପରି ଭଲପାଇବା ଓ ଚେଷ୍ଟା ପାଇଁ ଓଡ଼ିଶା ପ୍ରଶଂସକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଖିଲାଡ଼ି ଷ୍ଟାର ।

ଟ୍ରେଲରରେ ଦେଖିଲେ ଆପଣ ଜାଣିପାରିବେ ଓଡ଼ିଆ ପ୍ରଶଂସକଙ୍କ ଅକ୍ଷୟ କୁମାରଙ୍କ ପ୍ରତି ଭଲପାଇବା । ଅକ୍ଷୟ କୁମାରଙ୍କ ପ୍ରକୃତ ଟ୍ରେଲର ପରି ହୋଇଛି ଏହି ଟ୍ରେଲର । ତେବେ ଏଥିରେ ଅକ୍ଷୟ କୁମାର ତଥା ଅନ୍ୟ କଳାକାରଙ୍କ ସ୍ଥାନ ନେଇଛନ୍ତି ଓଡ଼ିଆ ପ୍ରଶଂସକ । ସୂଚନାଯୋଗ୍ୟ ଆମ ଦେଶରେ ପ୍ରାୟ ୭୦ ପ୍ରତିଶତ ମହିଳା ଏପରି ଅଛନ୍ତି ଯେଉଁମାନେ ସାନିଟାରୀ ପ୍ୟାଡ଼ କିଣିପାରିନ୍ତି ନାହିଁ ବା କିଣିବା ପାଇଁ ସାମର୍ଥ୍ୟ ନଥାଏ । ମାସିକ ଧର୍ମ ସମୟରେ ବାଧ୍ୟ ହୋଇ କପଡ଼ା ବ୍ୟବହାର କରନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ । ଆଉ ଏହା ଆମ ଦେଶର ଛବି ଉପରେ ନିଶ୍ଚିତ ଏକ କୁପ୍ରଭାବ ପକାଉଛି । ଆମ ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାଥମିକ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉନାହିଁ । ତେବେ ମାସିକ ଧର୍ମ ସମୟରେ ମହିଳାମାନଙ୍କୁ ମଧ୍ୟ ଭଲ ବ୍ୟବହାର କରାଯାଏ ନାହିଁ । ଏହି ସମୟରେ ମହିଳାଙ୍କ ପାଇଁ ଥାଏ ଅନେକ କଟକଣା ଯେପରି ରୋଷେଇ ଘର, ମନ୍ଦିର  ଆଦି ସ୍ଥାନକୁ ପ୍ରବଶେ ନିଶେଦ୍ଧ ଥାଏ । ଏପିରିକି ଏହି ସମୟରେ ତାଙ୍କୁ ତଳେ ଶୋଇବା ପାଇଁ ମଧ୍ୟ ପଡ଼େ । ତେବେ ଏପରି ଚିନ୍ତାଧାରା ତଥା କୁପ୍ରଥାକୁ ଦୂରେଇବା ପାଇଁ ଅକ୍ଷୟ କୁମାର ଏହି ସିନେମା ଦର୍ଶକଙ୍କୁ ଭେଟି ଦେଉଛନ୍ତି । ଯଦ୍ୱାରା ଲୋକମାନେ ସଚେତନ ହୋଇପାରିବେ ।

ସମସସ୍ତେ ଜାଣନ୍ତି ଅକ୍ଷୟ କୁମାରଙ୍କ ପ୍ରତି ସିନେମା ତିଆରି ପଛରେ ଥାଏ କିଛି ଭଲ ମେସେଜ୍ । ଓ ମାଇ ଗଡ଼୍, ରୁସ୍ତମ, ଏୟାରଲିଫ୍ଟ , ଜଲି ଏଲଏଲବି , ଟୟଲେଟ୍ ଏକ ପ୍ରେମ କଥା ଦେଖି ଆପଣ ଜାରିପାରୁଥିବେ । ତେବ ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ପ୍ୟାଡ଼ମ୍ୟାନ୍ ମଧ୍ୟ ସମାଜର କୁପ୍ରଥକୁ ବିରୋଧ କରି ଚିତ୍ରାୟିତ ହୋଇଥିବା ଏକ ସିନେମା । ଆସନ୍ତା ୨୫ ଜାନୁୟାରୀରେ ରିଲିଜ ହେଉଛି ପ୍ୟାଡ଼ମ୍ୟାନ୍ । ଅକ୍ଷୟଙ୍କ ସିନେମା ପାଇଁ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି । ଦର୍ଶକ ଟ୍ରେଲର ଦେଖି ଭଲ ପ୍ରତିକ୍ରିୟା ରଖୁଛନ୍ତି । ସୂଚନା ଅନୁସାରେ ସିମୋରେ ଶୁଣିବା ପାଇଁ ମିଳିବ ଅନେକ ଶାନଦାର ଡାଇଲଗ୍ । ଦର୍ଶକ ବେଶ୍ ଉତ୍ସାହ ସମହକାରେ ପ୍ୟାଡ଼ମ୍ୟାନର ରିଲିଜକୁ ଅପେକ୍ଷା କରିଛନ୍ତି । ଅକ୍ଷୟ କୁମାର ପ୍ୟାଡ଼ମ୍ୟାନର ଏକ ପ୍ରମୋସନାଲଇିଭେଂଟରେ କହିଥିଲେ ମାସିକ ଧର୍ମକୁ ନେଇ ଲାଜ ନକରି ଖୋଲାଖୋଲି ଆଲେଚନା କରିବା ଦରକାର । ସେ କହିଛନ୍ତି ମୋତେ ଲାଗେ ଏହି ଦିନକୁ ହୋଲି ତଥା ଦୀପାବଳୀ ପରି ପାଳନ କରବା ଉଚିଚା ଯଦ୍ୱାରା ମହିଳା ତଥା ଝିଅ ମାନଙ୍କର ମନରେ ଆତ୍ମବିଶ୍ୱାସ ଓ ସୁରକ୍ଷା ଭାବନା ଉତ୍ପନ୍ନ ହେବ । ଆଉ ଯାହା ଖୁବ ଦରକାରୀ । ସାନିଟାରୀ ନାପକିନରେ ଲାଗିଛି ଜିଏସଟି । ତେବେ ଏନେଇ ଅକ୍ଷୟ କୁମାର କହିଛନ୍ତି, ନାପକିନରେ କୌଣସି ପ୍ରକାର ଟାକ୍ସ ତଥା ଜିିଏସଟି ଲାଗିବା ଉଚିତ ନୁହେଁ ।