ଓଡିଆ ଡାକ୍ତର ଜଗା-ବଳିଆଙ୍କୁ ଦେଇଥିଲେ ନିଶ୍ଚେତକ ! ଯୋଡାମୁଣ୍ଡ ଶିଶୁଙ୍କ ଅପରସେନରେ ଜୟପୁରର ଡାକ୍ତର

54

କନକ ବ୍ୟୁରୋ : ୨୦ ଘଂଟାର ଜଟିଳ ଅପରେସନ ପାଇଁ ଆବଶ୍ୟକ ଥିଲା ଦୀର୍ଘ ସମୟର ଆନାସ୍ଥେସିଆ । ଆଉ ଏଥିପାଇଁ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନରେ ସାମିଲ ଡାକ୍ତରୀ ଟିମରେ ଥିଲେ ନିଶ୍ଚେତକ ବିଶେଷଜ୍ଞ । ଦିଲ୍ଲୀ ଏମ୍ସର ଅପରେସନ ଟେବୁଲରେ ହେଉଥିବା ବିଶ୍ୱର ଏହି ବିରଳ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ ଆଉ ଜଣେ ଓଡିଆ ଡାକ୍ତର । କୋରାପୁଟ ଜୟପୁରର ନିଶ୍ଚେତକ ବିଶେଷଜ୍ଞ, ଡାକ୍ତର ରାଜୀବ ମିଶ୍ର । ଜଗାର ମୁଣ୍ଡରୁ ବଳିଆର ଶିରାପ୍ରଶିରାକୁ କାଟି ଅଲଗା କରିବା ପାଇଁ ଦିଆଯାଇଥିଲା ୨୫ ଘଂଟାର ନିଶ୍ଚେତକ । କିଭଳି ଚ୍ୟାଲେଞ୍ଜିଙ୍ଗ ଥିଲା ଏହି ପ୍ରକ୍ରିୟା କନକ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି ଦିଲ୍ଲୀ ଏମ୍ସର ଓଡିଆ ଡାକ୍ତର, ରାଜୀବ ମିଶ୍ର ।

ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ରାଜୀବ ମିଶ୍ର । ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କର ଦୀର୍ଘ ୨୦ ଘଂଟାର ଜଟିଳ ଅସ୍ତ୍ରୋପଚାର ପାଇଁ ମଧ୍ୟ ଆବଶ୍ୟକ ଥିଲା ଦୀର୍ଘ ସମୟର ନିଶ୍ଚେତକ । ଯେଉଁଥି ପାଇଁ ୪୦ ଜିଣିଆ ଡାକ୍ତରୀ ଦଳରେ ଥିଲେ ଆନାସ୍ଥେସିଆ ସ୍ପେଶାଲିଷ୍ଟ । ବିଶ୍ୱର ଏହି ବିରଳ ଅପରେସନ ପାଇଁ ଜଗା ବଳିଆଙ୍କୁ ଦିଆଯାଇଥିଲା ୨୫ ଘଂଟାର ନିଶ୍ଚେତକ ।

ଟିଭି ପରଦାରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନର ଟିକିନିକି ଖବର ଦେଖି ସାରା ଓଡିଶା ଯେତେବେଳେ ଏହି ଦୁଇ ଶିଶୁଙ୍କ ଅଲଗା ହେବା ନେଇ ପ୍ରûର୍ଥନା କରୁଥିଲା ଠିକ ସେତିକିବେଳେ ଗର୍ବ କରୁଥିଲେ ଓଡ଼ିଆ ଡାକ୍ତର ରାଜୀବଙ୍କ ବାପାମା’ । କାରଣ ବିଶ୍ୱର ଏହି ବିରଳ ଅସ୍ତ୍ରୋପଚାର କରୁଥିବା ଡାକ୍ତରୀ ଦଳରେ ଥିଲେ ତାଙ୍କ ପୁଅ । ବନ ବିଭାଗରେ ଚାକିରି କରୁଥିବା ରାମଚନ୍ଦ୍ର ମିଶ୍ର ଓ ତାଙ୍କ ପତ୍ନୀ କଲ୍ୟାଣୀ ମିଶ୍ରଙ୍କ ବଡପୁଅ ଡାକ୍ତର ରାଜୀବ ମିଶ୍ର । ରାମଚନ୍ଦ୍ରଙ୍କ ତିନି ପିଲାଙ୍କ ଭିତରେ ବଡ ରାଜୀବ । ଡାକ୍ତରୀ ପାସ କରିବା ପରେ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଚାକିରି ଜୀବନ ଆରମ୍ଭ କରିଥିଲେ । ପିଜି ଶେଷ କରିବା ପରେ ଦିଲ୍ଲୀ ଏମ୍ସରେ ଯୋଗ ଦେଇଥିଲେ । ଆଉ ଏବେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅପରେସନ ଟିମର ସଦସ୍ୟ । ପ୍ରଥମ ପର୍ଯ୍ୟାୟ ଅପରେସନ ସଫଳ ହେଇଥିବାରୁ ସମସ୍ତେ ତାଙ୍କ ପାଇଁ ଗର୍ବିତ ଆଉ ଆଶା କରୁଛନ୍ତି ଯେ, ସୁରକ୍ଷିତ ଭାବେ ପରସ୍ପରଠାରୁ ଅଲଗାହୋଇ ଫେରିଆସନ୍ତୁ କନ୍ଧମାଳର ଏହି ଯୋଡାମୁଣ୍ଡ ଶିଶୁ ।