ଓଡିଆ ନିର୍ଦ୍ଦେଶକଙ୍କ ବେଙ୍ଗଲି ଫିଲ୍ମ । ଇନସପେକ୍ଟର ନଟି.କେରେ ଯାଦୁ ଦେଖାଇବେ ଅଶୋକ

236

ଜାତୀୟସ୍ତରରେ ଓଡିଆ ନିର୍ଦ୍ଦେଶକଙ୍କ ଦବଦବା । ଅପକମିଂ ବେଙ୍ଗଲି ରୋମାଟିଂକ-କମେଡି ଫିଲ୍ମ ଇନସପେକ୍ଟର ନଟି.କେରେ ନିର୍ଦ୍ଦେଶନା ଦେବେ ଓଡିଆ ନିର୍ଦ୍ଦେଶକ ଅଶୋକ ପତି । ଏହାର କାହାଣୀ ସଂପୂର୍ଣ୍ଣ ନୂଆ ଏବଂ ଭିନ୍ନ । ଏହା କୌଣସି ଫିଲ୍ମର ରିମେକ ନୁହେଁ । ଫିଲ୍ମ ଇନସପେକ୍ଟର ନଟି.କେରେ ମସ୍ତି ଓ ଏଂଟରଟେନମେଂଟ ଭରପୂର ରହିଛି । ଫିଲ୍ମରେ ଦୁଇ ଜଣ ଇନସପେକ୍ଟରଙ୍କ ପ୍ରେମ କାହାଣୀକୁ ବର୍ଣ୍ଣନା କରାଯାଇଛି । ଏହାର ସୁଟିଂ ବିଦେଶରେ ହେବ ।

ଇଟାଲୀ, ବ୍ୟାଙ୍ଗକକ,ବାଂଲାଦେଶ ଓ କୋଲକାତାର ଆଖପାଖ ଅଂଚଳରେ ଫିଲ୍ମର ସୁଟିଂ ହେବ । ଏହି ମାସ ଶେଷ ସୁଦ୍ଧା ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଛି । ଏଥିରେ ଟଲିଉଡ ସୁପରଷ୍ଟାର ଜିତଙ୍କ ବିପକ୍ଷରେ ନଜରରେ ଆସିବେ ବାଂଲାଦେଶୀ ସୁନ୍ଦରୀ ତଥା ସେକ୍ସି ହିରୋଇନ ନସରତ ଫାରିଆ । ଫିଲ୍ମ ଇନସପେକ୍ଟର ନଟି.କେ ଦର୍ଶଙ୍କ ସମସ୍ତ ଆଶା ପୂରା କରିବ ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଅଶୋକ ପତି ।

ଓଡିଶାର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ହେଉଛନ୍ତି ଅଶୋକ ପତି । ଓଲିଉଡରେ ସେ ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ଭାବେ ପରିଚିତ । ଆକର୍ଷଣୀୟ ସ୍ଥାନ ଓ ସୁପର ଷ୍ଟାଇଲିସ ପୋଷାକ ପାଇଁ ତାଙ୍କ ଫିଲ୍ମ ବେଶ ପରିଚିତ । ଓଡିଆ ଫିଲ୍ମକୁ ଆସିବା ପୂର୍ବରୁ ସେ ସହେଯୋଗୀ ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାମ କରିସାରିଛନ୍ତି । ଅମିତାଭ ବଚ୍ଚନ ଅଭିନୀତ ଫିଲ୍ମ ‘ଦିୱାର’ରେ ସେ ମିଲନ ଲୁଥରିଆଙ୍କୁ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ । ସେ ଅନେକ ଫିଲ୍ମର ଷ୍ଟୋରୀ ଲେଖିବା ସହିତ ସ୍କ୍ରିନପ୍ଲେ ମଧ୍ୟ କରିଛନ୍ତି । ୧୯୯୮ରେ ଆସିଥିବା ଓଡିଆ ଫିଲ୍ମ ‘ସହର ଜଳୁଛି’ରେ ସେ ସୁଧାଂଶୁ ମେହନ ସାହୁଙ୍କ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।

୨୦୦୧ରେ ଫିଲ୍ମ ‘ବାଜି’ରେ ସେ ଓଡିଆ ଫିଲ୍ମରେ ନିର୍ଦ୍ଦେଶକ ଭାବେ ପାଦ ରଖିଥିଲେ । ଏହା ପରେ ସେ ପ୍ରେମ ରୋଗୀ, ସଂଜୁ ଆଉ ସଂଜନା, ଲୋଫର, ଇଡିଅଟ, ଖିଲାଡି, ସୁପର ମିଛୁଆ, ଲଭ ଷ୍ଟେସନ, ସିଷ୍ଟର ଶ୍ରୀଦେବୀ ପରି ଅନେକ ସୁପର ହିଟ ଫିଲ୍ମ ବ୍ୟାକ ଟୁ ବ୍ୟାକ ଭାବେ ଓଲିଉଡକୁ ଉପହାର ଦେଇଥିଲେ ।

ଏହାସହ ବାଜି, ମୋତେ ତ ଲଭ ହେଲାରେ , ପ୍ରେମ ରୋଗୀ ,ନନ୍ଦିନୀ ଆଇ ଲଭ ୟୁ, ଡ୍ରିମ ଗାର୍ଲ, ଲୋଫର, ଦିୱାନା ଦିୱାନୀ ପରି ଅନେକ ଫିଲ୍ମରେ ସ୍କ୍ରିନପ୍ଲେ କରିବା ସହ ଷ୍ଟୋରୀ ମଧ୍ୟ ଲେଖିଛନ୍ତି । ଏହା ବ୍ୟତିତ ଆଶୋକଙ୍କୁ ଇଡିଅଟ ଓ ପ୍ରେମ ଅଢେଇ ଅକ୍ଷରରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ।