ଆନ୍ଧ୍ର-ତେଲେଙ୍ଗାନା ସୀମା ଦେଇ ଓଡିଶାକୁ ଆସୁଛନ୍ତି ଶ୍ରମିକ: ବାଙ୍ଗାଲୁର, ଚେନ୍ନାଇ, ହାଇଦ୍ରାବାଦରୁ ସାଇକେଲ ଓ ପାଦରେ ଚାଲି ଚାଲି ଘର ମୁହାଁ ଶ୍ରମିକ; ମାଲକାନାଗିରିରେ କ୍ୱାରେଣ୍ଟିନରେ ରହିଲେ ହଜାରେରୁ ଅଧିକ ଶ୍ରମିକ

651

କନକ ବ୍ୟୁରୋ: ମାଲକାନଗିରି- ତେଲେଙ୍ଗାନା ଓ ତେଲେଙ୍ଗାନା ସୀମା ଦେଇ ପ୍ରତି ଦିନ ଶହଶହ ସଂଖ୍ୟକ ଶ୍ରମିକ ପାଦଚଲା ରାସ୍ତା ଅତିକ୍ରମ କରି ଓଡିଶା ଫେରୁଛନ୍ତି । ହାଇଦ୍ରାବାଦ, ବାଙ୍ଗାଲୁର, ଚେନ୍ନାଇ, ବିଜୟୱାଡା ଓ ଭଦ୍ରାଚଲମ ଆଦି ଅଂଚଳରେ କାମ କରୁଥିବା ଓଡିଶା ଶ୍ରମିକମାନେ ସାଇକେଲ ଏବଂ ପାଦରେ ଚାଲି ଫେରୁଥିବା ଦେଖିବାକୁ ମଳୁଛି । ମୋଟୁ ଅଂଚଳରେ ହଜାରେରୁ ଅଧିକ ଶ୍ରମିକଙ୍କୁ କ୍ୱାରେନ୍ଟିନ୍ରେ ରଖିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରତିଦିନ ସୀମା ପାର କରି ଆସୁଥିବା ଶ୍ରମିକଙ୍କ ଥର୍ମାଲ ସ୍କ୍ରିନ୍ିଂ କରାଯାଉଛି । କେତେକଙ୍କ ନମୂନା ସଂଗ୍ରହ କରାଯାଉଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଓଡିଶାରେ ବି ବର୍ଦ୍ଧିତ ଧାରା ଜାରି ରହିଛି । ଆଉ ଏତିକି ବେଳେ ରାଜ୍ୟର ଚିନ୍ତା ବଢାଉଛନ୍ତି ପ୍ରବାଶୀ ଓଡିଆ । ସଡକ ପଥ ସିଲ ହେବା ପରେ ଜଳପଥ ଦେଇ ପ୍ରବେଶ କରୁଛନ୍ତି ପଡୋଶୀ ରାଜ୍ୟରେ ରହୁଥିବା ଓଡିଆ । ସମୁଦ୍ର ପଥ ଦେଇ ଚେନ୍ନାଇରୁ ଗଂଜାମ ମତ୍ସ୍ୟଜୀବୀ ଆସିବା ପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ୨୪ ଘଂଟିଆ ପାଟ୍ରୋଲିଂ । ଗୁଇନ୍ଦା ସୂଚନା ଓ ପୁରୀ ଏସପିଙ୍କ ନିର୍ଦେଶ କ୍ରମେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁଙ୍କ ତତ୍ୱାବଧାନରେ ଇଂଟରସେପ୍ଟର ସ୍ପିଡ ବୋଟ୍ ଯୋଗେ ସାମୁଦ୍ରିକ ପାଟ୍ରୋଲିଂ ଜାରି ରହିଛି । ମେରାଇନ୍ କର୍ମଚାରୀ ଓ ପୁଲିସ କର୍ମଚାରୀ ମିଳିତ ଭାବେ ଜଳପଥ ଉପରେ ନଜର ରଖିଛନ୍ତି ।