ବୟସ ଜାଲିଆତି କରି ସିବିଆଇ ସ୍କାନରରେ ଓଡ଼ିଶା କ୍ରିକେଟ୍ ଖେଳାଳି

27

କନକ ବ୍ୟୁରୋ : ବୟସ ଜାଲିଆତି କରି ସିବିଆଇ ସ୍କାନରକୁ ଆସିଛନ୍ତି ଓଡ଼ିଶା କ୍ରିକେଟ୍ ଖେଳାଳି। ବୟସକୁ କମ କରି ଜାଲ ପ୍ରମାଣପତ୍ର ଦେଇ ୧୯ ବର୍ଷରୁ କମ ଦଳରେ ଖେଳୁଛନ୍ତି କିଛି ଖେଳାଳି। କମ ବୟସର ଖେଳାଳିଙ୍କ ପାଇଁ ଥିବା ସବୁ ସୁବିଧା ବି ହାତଉଥିବା ଅଭିଯୋଗ ହୋଇଛି। ଏକ ଏନଜିଓ ପକ୍ଷରୁ ଅଭିଯୋଗ ପରେ ସିବିଆଇ ଏ ନେଇ ତଦନ୍ତ ଆରମ୍ଭ କରିଛି। କେବଳ କ୍ରିକେଟର ନୁହଁନ୍ତି, କିଛି ଆଥଲେଟ୍ ମଧ୍ୟ ବୟସ ଜାଲିଆତି କରୁଥିବା ଜଣାପଡିଛି। ଯାହାକୁ ନେଇ ହଲଚଲ ସୃଷ୍ଟି ହୋଇଛି ରାଜ୍ୟ କ୍ରୀଡା ଜଗତରେ । ତଦନ୍ତକାରୀ ସଂସ୍ଥାର ସ୍ପୋଟର୍ସ ଇଂଟିଗ୍ରିଟି ୟୁନିଟ ପକ୍ଷରୁ ଏ ନେଇ ଖୋଳତାଡ ପରେ ୩୪ ଜଣ ଖେଳାଳି ଜାଲିଆତି କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଏହାକୁ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନରୁ ଅଭିଯୁକ୍ତ ଖେଳାଳିଙ୍କ ସଂପର୍କରେ ତଥ୍ୟ ମାଗଛି। ଓସିଏ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି, ଆମେ ସିବିଆଇକୁ ସହଯୋଗ କରିବୁ। ଯେଉଁମାନେ ଏପରି ବୟସ ଜାଲିଆତି କରିଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ଆଶୀର୍ବାଦ।