ଦୁବାଇରେ ଦମ୍ ଦେଖାଇବେ ଓଡ଼ିଆ ପୁଅ ! ଫଟାଫଟ୍ କ୍ରିକେଟ ଫମାର୍ଟ ପାଇଁ ୧୫ ଜଣିଆ ଦଳରେ ପାଇଲେ ସ୍ଥାନ

26

କନକ ବ୍ୟୁରୋ : ଦୁବାଇରେ ଦମ ଦେଖାଇବେ ଓଡିଆ ପୁଅ । ଝାରସୁଗୁଡାରୁ ଦୁବାଇ ଯାତ୍ରା । ଫଟାଫଟ୍ କ୍ରିକେଟରେ ନିଜର ଜଲୱା ଦେଖାଇବେ ଓଡ଼ିଆ ପୁଅ । ଦୁବାଇରେ ହେବାକୁ ଥିବା ଜୁନିୟର ପ୍ରିମିୟର ଲିଗ୍ ଟି ଟ୍ୱେଣ୍ଟି ପ୍ରତିଯୋଗିତାରେ ଖେଳିବେ ଝାରସୁଗୁଡାର ଦୀପକ ମହନ୍ତ । ଚଳିତମାସ ସେପ୍ଟେମ୍ବର ୧୯ରୁ ଏହି ପ୍ରତିଯୋଗିତା ଆରମ୍ଭହୋଇ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏଥିରେ ଭାରତର ମୋଟ ୧୬ଟି ଦଳ ଭାଗନେବେ । ବାଙ୍ଗାଲୁରୁ ଷ୍ଟାରସ ପକ୍ଷରୁ ଦୀପକ ୧୮ବର୍ଷ ବର୍ଗରେ ସ୍ୱତନ୍ତ୍ର ଭାବରେ ଶ୍ରେଷ୍ଠ ୧୫ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଦୀପକଙ୍କ ଏହି ସଫଳତା ଯୋଗୁଁ ତାଙ୍କ ପରିବାର ସମେତ ପୁରା ଅଂଚଳବାସୀ ବେଶ ଖୁସି ଅଛନ୍ତି । ବନ୍ଧବାହାଲ ସ୍ଥିତ ଏମସିଏଲ କଲୋନୀର ଦୀପକ ପିଲାଟି ଦିନରୁ କ୍ରିକେଟ ପ୍ରତି ବେଶ ରୁଚି ରଖିଥିଲେ । ଏବେ କ୍ରିକେଟ ଖେଳିବା ପାଇଁ ଦୁବାଇ ଟିକଟ ମିଳିବା ପରେ ଖୁସିରେ ଆତ୍ମହରା ହୋଇଯାଇଛନ୍ତି ଦୀପକ ।