‘ଏଭରେଷ୍ଟ’ ଶିଖରରେ ପ୍ରଥମ ଓଡିଆ ଦମ୍ପତି

36

କଟକ ବ୍ୟୁରୋ,କନକ ନ୍ୟୁଜ୍ : ନା ମେଡ଼ାଲ ଅଶା ଥିଲା, ନା ପ୍ରତିଷ୍ଠାର ମୋହ । ଇଚ୍ଛାଥିଲା-ଏଭରେଷ୍ଟର ଶୀର୍ଷରେ ପଡ଼ିବ ପାଦ । ଆଉ ଏହି ଦୃଢ଼ ମନୋବଳ ଆଗରେ ହାର ମାନିଛି ସମସ୍ତ ବାଧାବିଘ୍ନ । ସର୍ବୋଚ୍ଚ ଗିରିଶୃଙ୍ଗରେ ପହଂଚିିଲେ ଓଡିଆ ଦମ୍ପତି । ଏଭରେଷ୍ଟ ଶିଖରରେ ପହଂଚିଥିବା ଏମାନେ ହେଉଛନ୍ତି ପ୍ରଥମ ଓଡ଼ିଆ ଦମ୍ପତି ।

ଏହି ଐତିହାସିକ ସଫଳତା ହାସଲ କରିଛନ୍ତି କଟକ ବାଙ୍କୀର ପ୍ରଦୀପ ସାହୁ ଓ ତାଙ୍କ ପତ୍ନୀ ଚେତନା ସାହୁ । ନେପାଳ ରାସ୍ତା ଦେଇ ଆରମ୍ଭ ହୋଇଥିଲା ଏହି ଦମ୍ପତିଙ୍କ ଦୁଃସାହାସିକ ଯାତ୍ରା । ସାମ୍ନାରେ ଥିଲା ବହୁ ବାଧାବିଘ୍ନ । ମାତ୍ର ବରଫାବୃତ ରାସ୍ତାରେ ଆଗେଇ ଚାଲିଥିଲେ । ଲକ୍ଷ୍ୟ ଥିଲା ଏଭରେଷ୍ଟର ଶୀର୍ଷ ଦେଶରେ ପଡିବ ପାଦ । ତୃତୀୟ ଉଦ୍ୟମରେ ଏଭରେଷ୍ଟ ଶିଖରରେ ପହଂଚିଥିବାର ସ୍ୱପ୍ନ ହେଲା ସାକାର । ପ୍ରଥମ ଓଡ଼ିଆ ଏବଂ ଦେଶର ଦ୍ୱିତୀୟ ଦମ୍ପତି ଭାବେ ଏଭରେଷ୍ଟର ଶୀର୍ଷ ଦେଶରେ ପହଂଚିଛନ୍ତି ପ୍ରଦୀପ ଓ ଚେତନା ।

ତେବେ ଏଭରେଷ୍ଟ ବିଜୟ ପରେ ଫେରିବା ବାଟରେ ଅସୁସ୍ଥ ହୋଇପଡ଼ଛନ୍ତି ଚେତନା ସାହୁ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହେଲିକେପ୍ଟର ଯୋଗେ ତାଙ୍କୁ ବେସ୍ କ୍ୟାମ୍ପକୁ ଅଣାଗଲା । ଏବେ ସେ ନେପାଳର ଏକ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିକ ଅଛନ୍ତି । ପଶ୍ଚିମବଙ୍ଗରୁ ଏକାଠି ଯାଇ ଏଭରେଷ୍ଟ ଯାତ୍ରା ଆରମ୍ଭ କରିଥିବା ୯ ଜଣିଆ ଟିମରୁ ୬ ଜଣ ଫେରିଥିବା ବେଳେ ଏବେବି ୩ ଜଣ ନିଖୋଜ ଅଛନ୍ତି । ଦୁଃସାହାସିକ କ୍ରୀଡ଼ା ପ୍ରତି ରୁଚି ରଖୁଥିବା ପ୍ରଦୀପ ଏବେ ପଶ୍ଚିମବଙ୍ଗରେ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଅଛନ୍ତି ।

ଏହା ସହ ଚାଲିଗଲା ରୁଆନୁ : ଆଜିଠାରୁ ବଢିପାରେ ତାତି