ପ୍ରବାସୀ ଓଡିଆଙ୍କ ପାଇଁ ହେବ ଓଡିଆ ସାର୍ଟିଫିକେଟ ପାଠ୍ୟକ୍ରମ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ପ୍ରବାସୀ ଓଡିଆ ବି ପଢିପାରିବେ ଓଡିଆ ପାଠ୍ୟକ୍ରମ । ଶନିବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ୨୦୧୭ରୁ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ । ସପ୍ତମ ଶ୍ରେଣୀ ପାଠ୍ୟ ଖସଡା ଅନୁଯାୟୀ ପାଠ୍ୟକ୍ରମ ହେବ । ଅନଲାଇନରେ ହେବାକୁ ଥିବା ଏହି ପରୀକ୍ଷାରେ ଓଡିଶା ବାହାରେ ରହୁଥିବା ଓଡିଆ ଲାଭବାନ ହେବା ସହ ଓଡିଆ ଭାଷା ସଂପ୍ରସାରିତ ହେବ ।