ଭାରତର ଦ୍ରୁତ ଏବଂ ଇଞ୍ଜିନ୍ ବିହୀନ ଟ୍ରେନ୍ – ୧୮ ପ୍ରସ୍ତୁତି ପଛରେ ରହିଛି ଜଣେ ଓଡିଆଙ୍କ ହାତ ! ଛୁଟି ଦିନରେ ମଧ୍ୟ ଦଳ ସହ ମିଶି କରୁଥିଲେ କାମ । 

152

ରେଳଧାରଣାରେ ପବନବେଗରେ ଦୌଡୁଥିବା ଭାରତର ଦ୍ରୁତ ଟ୍ରେନ୍ – ୧୮ ଭାରତୀୟ ରେଳବାଇର ସଫଳତାର କାହାଣୀ ବଖାଣୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଉକ୍ତ ସମୟରେ ଭାରତର ଇଞ୍ଜିନ୍ ଲେସ୍ ଟ୍ରେନ୍ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ ଜଣେ ଓଡିଆ । ସେ ହେଉଛନ୍ତି ଚେନ୍ନାଇ ବେସଡ୍ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟରୀ (ଆଇସିଏଫ୍ ) ଯେଉଁଠି ଟ୍ରେନ୍ – ୧୮ ପ୍ରସ୍ତୁତ ହୋଇଛି ତାହାର ମୁଖ୍ୟ ଡିଜାଇନ୍ ଇଞ୍ଜିନିଅର୍ ଦେବୀ ପ୍ରସାଦ ଦାସ ।

ଭାରତୀୟ ରେଳବାଇର ୧୯୮୭ ବ୍ୟାଚର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଅଫିସର ହେଉଛନ୍ତି ଶ୍ରୀ ଦାସ । ୨୭ ଜଣ ବ୍ୟକ୍ତିବିଶେଷ ଥିବା ଏକ ଟିମ୍ ଗଠନ କରି ୬ ମାସ ଭିତରେ ସେ ଏହାକୁ ସମ୍ପୁର୍ଣ୍ଣ କରିବାରେ ସଫଳ ହୋଇଥିଲେ । ଦଳରେ ଥିଲେ ପ୍ରଜ୍ଞ ଇଞ୍ଚିନିୟର୍ ,ଡିଜାଇନର୍ , ସୁପରଭାଇଜର୍  । ଛୁଟିଦିନରେ କାମ କରି ସେ ଏହି କାମକୁ କରିବାରେ ସଫଳ ହୋଇଥିଲେ । ଓଡିଶାରେ ଜନ୍ମିତ ଏହି ବିଜ୍ଞ ଇଞ୍ଜିନିୟର୍ ଅନେକ କାମରେ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି । ରାତିଦିନ ଏକ କରି ୩୦୦ ଜଣ ସଦସ୍ୟଙ୍କ ସହ କାମ କରିବାର ଅନୁଭୂତିକୁ ସେ ବ୍ୟକ୍ତ କରି ଟ୍ରେନ୍ – ୧୮ ର ସଫଳତାର କାହାଣୀ  ବଖାଣିଥାନ୍ତି ।

ନା ଥିଲା ଛୁଟି , ନା ଥିଲା ରବିବାର :

ଏହି ଓଡିଆ ଇଞ୍ଜିନିୟର୍ ୭.୩୦ ରୁ ୮ ଟା ପର୍ଯ୍ୟନ୍ତ ଫ୍ୟାକ୍ଟେରୀରେ କାମ କରିବା ପରେ ଘରକୁ ୯ ଟା ସମୟରେ ଫେରୁଥିଲେ ।

କିଭଳି ଟ୍ରେନ୍ – ୧୮ ପ୍ରସ୍ତୁତିର ଯୋଜନା ମନକୁ ଆସିଥିଲା ?

ଦେବୀ ପ୍ରସାଦ ଦାସଙ୍କ କହିବାନୁସାରେ ସେ ଏହି ଯୋଜନାକୁ ରେଳ ବିକାଶ ଶିବିର ସୁରଜକୁଣ୍ଡ ହରିୟାଣାରେ ୨୦୧୬ ମସିହାରେ କହିଥିଲେ । କିନ୍ତୁ ଭାରତ ସରକାର ଏହି ଯୋଜନାକୁ ୨୦୧୭ ମାର୍ଚ୍ଚ ମାସରେ ଆପଣାଇ ଏପ୍ରିଲ ମାସରେ ଏହାର କାମ ଆରମ୍ଭ କରାଇଥିଲେ ।

ଅନ୍ୟ ଟ୍ରେନ୍ ମାନଙ୍କ ଠାରୁ ଟ୍ରେନ୍ – ୧୮ କିଭଳି ଭିନ୍ନ ? 

ଏଥିରେ ଅଟୋମାଟିକ୍ ଡୋର୍ ସିଷ୍ଟମ୍ ରହିବା ସହ ୱାଇ-ଫାଇ ସିଷ୍ଟମ,ଜିପିଏସ୍ ବେସଡ୍ ପାସେଞ୍ଜର୍ ଇନଫରମେସନ୍ ସିଷ୍ଟମ୍ , ମୋଡୁଲାର୍ ଟଏଲେଟ୍ ୱିଥ୍ ବାୟୋ-ଭାକ୍ୟୁମ୍ ସିଷ୍ଟମ୍ ,ବୁଲୁଥିବା ସିଟ୍ ,ଏଲଇଡି ଲାଇଟ୍ ଏବଂ ଦିବ୍ୟାଙ୍ଗଙ୍କ ସୁବିଧା ଥିବା ପାଇଖାନାର ମଧ୍ୟ ବ୍ୟବସ୍ଥା ରହିଛି । ଯାହା ଅନ୍ୟ ଟ୍ରେନ୍ ମାନଙ୍କ ଠାରୁ ଟ୍ରେନ୍ ୧୮ କୁ ଭିନ୍ନ କରେ ।