କରୋନା କାୟାରୁ ମୁକ୍ତ ହେଲେ ଶିବାଶିଷ! ସ୍ୱତନ୍ତ୍ର ବିମାନ ଯୋଗେ ଜାପାନରୁ ଅଣାଗଲା ଦିଲ୍ଲୀ, ଦୀର୍ଘ ଦିନ ଧରି ଡାଇମଣ୍ଡ ପ୍ରିନସେସ ଜାହାଜରେ ଫଶି ରହିଥିଲେ ଓଡ଼ିଆ ପୁଅ ।

467

କନକ ବ୍ୟୁରୋ : ଆଜି ଭୁବନେଶ୍ୱର ଫେରୁଛନ୍ତି ଶିବାଶିଷ ନାୟକ । ଶିବାଶିଷ ହେଉଛନ୍ତି ସେହି ଓଡିଆ ପୁଅ, ଯିଏ ଜାପାନ ଜଳପଥରେ ଅଟକ ଥିବା ବଡ ଜଳଜାହାଜ ଡାଇମଣ୍ଡ ପ୍ରିନସେସରେ ଥିଲେ । ଜାହାଜରେ ଅନେକ କରୋନା ଭୂତାଣୁ ସଂକ୍ରମିତ ଥିବା ବେଳେ ସେଥିରେ ଥିଲେ ଶିବାଶିଷ ନାୟକ । ତାଙ୍କୁ କରୋନା ସଂକ୍ରମଣ ହୋଇନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ବାହାରକୁ ଛଡାଯାଇନଥିଲା ।

ପରିବାରକୁ ଭିଡିଓ କଲରେ କଥା ହୋଇ ସେଠାକାର ସ୍ଥିତି ଜଣାଇବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ନିବେଦନ କରିଥିଲେ ଶିବାଶିଷ । ଶେଷରେ ବୁଧବାର ଅପରାହ୍ଣ ପ୍ରାୟ ୪ଟାରେ ତାଙ୍କୁ ଡାଇମଣ୍ଡ ପ୍ରିନସେସ ଜାହାଜରୁ ଛଡାଯାଇଛି । ସ୍ୱତନ୍ତ୍ର ବସରେ ନାରିତା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସିବା ପରେ ସେଠାରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିଛନ୍ତି ଶିବାଶିଷ । ଜାହାଜରେ ଥିବା ୧୧୯ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ନେଇ ବୈଦଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି । ଆଉ ଏମାନଙ୍କ ମଧ୍ୟରେ ଓଡ଼ିଆ ପୁଅ ଶିବାଶିଷ ମଧ୍ୟ ରହିଛନ୍ତି । ଆଜି ସେ ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ସମ୍ଭାବନା ରହିଛି ।