ସିମ୍ ବିକ୍ରେତାରୁ କୋଟିପତି ! ଓଡ଼ିଶାର ରିତେଶ ଅଗ୍ରୱାଲ ଏବେ ୬୦୦୦ କୋଟି ଟଙ୍କାର ମାଲିକ

202

ଅଦମ୍ୟ ଚେଷ୍ଟା ଓ ଦୃଢ଼ ଆତ୍ମବିଶ୍ୱାସ ବଳରେ ଅସମ୍ଭବ ସମ୍ଭବ ହୋଇପାରେ । ମନରେ ଦୃଢ଼ ଆତ୍ମବିଶ୍ୱାସ ଥିଲେ ମଣିଷ ଜୀବନରେ କୌଣସି କ୍ଷେତ୍ରରେ ବି ହାର ମାନି ନଥାଏ । ବିଭିିନ୍ନ ବାଧାବିଘ୍ନକୁ ପାର କରି ଆଗକୁ ବଢ଼ି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଆଉ ଜଣେ ଓଡ଼ିଆ । ଏପରି କହିବାକୁ ଗଲେ ଓଡ଼ିଶାରେ ପ୍ରତିଭାର କମ ନାହିଁ । ତଥାପି ରିତେଶ ଓଡ଼ିଶା ଗୌରବ ଇତିହାସରେ ଆଉ ଏକ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଓଡ଼ିଶାର ରିତେଶ ଅଗ୍ରୱାଲ ମାତ୍ର ୨୩ ବର୍ଷ ବୟସରେ ଓୟୋ ରୁମସ କମ୍ପାନୀର ମାଲିକ ହୋଇପାରିଛନ୍ତି । ସବୁଠାରୁ ବଡ଼ କଥା ହେଲା ସେ ମାତ୍ର ୬ ବର୍ଷରେ ଏପରି ସଫଳତା ହାସଲ କରିବାରେ ସଫଳ ହୋଇଛନ୍ତି ।

୨୦୦୯ରେ ରିତେଶ ଡେରାଧୁନ ଓ ମସୁରୀ ବୁଲିବା ପାଇଁ ଯାଇଥିଲେ । ସେତେବଳେ ହିଁ ତାଙ୍କୁ ବ୍ୟବସାୟ କରିବାର ଉପାୟ ମନକୁ ଆସିଲା । ସେହି ସମୟରେ ରିତେଶ ମାତ୍ର ୧୭ ବର୍ଷର ଥିଲେ ଏବଂ ସେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ନିଜର ସ୍ୱପ୍ନ ପୂରଣ ପାଇଁ ରିତେଶ ଅଧାରେ ପାଠପଢ଼ା ଛାଡ଼ି ଦେଇଥିଲେ ଏବଂ ଓରବଲ ନାମକ ଏକ ୱେବସାଇଟ୍ ଖୋଲିଥିଲେ ।

ଶସ୍ତା ହୋଟେଲ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ଏହି ୱେବସାଇଟର ଲକ୍ଷ୍ୟ ଥିଲା । ଏହାସହ କମ ଦାମରେ ଅନଲାଇନ୍ ବୁକିଂ ସୁବିଧା ମଧ୍ୟ ଯୋଗାଉଥିଲା ଏହି ୱେବସାଇଟ । ତେବେ କିଛି ଦିନ ପରେ ସେ କମ୍ପାନୀର ନାମ ଓରାବଲରୁ ଓୟୋ ରୁମର ରଖିଦେଇଥିଲେ । ସୂଚନା ଅନୁସାରେ ପ୍ରାରମ୍ଭିିକ ସମୟରେ ରିତେଶ ସିମ କାର୍ଡ଼ ବିକ୍ରୀ କରୁଥିଲେ । ଏବଂ ପରେ ପରେ ଆତ୍ମଚେଷ୍ଟାରେ ସେ ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ।