ଓଡ଼ିଶା ସ୍କୁଲରେ ଓଡିଆ କହିବା ପାପ ! ଇଂରାଜୀ ମିଡିୟମ୍ ସ୍କୁଲରେ ଓଡିଆ କହିଲେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମାଡ଼ ।

219

କନକ ବ୍ୟୁରୋ : ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ିଆ ମନା । ଏମିତି ପାଟିରୁ ଓଡ଼ିଆ ବାହାରିଲେ ଅପମାନିତ ହେବାକୁ ବି ପଡୁଛି । ଛାତ୍ରଛାତ୍ରୀ ହୁଅନ୍ତୁ ବା ଅଭିଭାବକ, ସ୍କୁଲ ପରିସରରେ ଓଡ଼ିଆ କହିଲେ, ଅତି ଅଭଦ୍ର ଭାଷାରେ ଗାଳି କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ସଂଘାତିକ୍ ଅଭିଯୋଗ ହୋଇଛି ଗଂଜାମ ଜିଲ୍ଲା ଜୟଶ୍ରୀ କେମିକାଲ ସ୍କୁଲରେ । ଯାହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ିଆ ମନା । ଓଡ଼ିଆ କହିଲେ ଦିଆଯାଉଛି ଅପମାନ । ଓଡ଼ିଶାର ସ୍କୁଲରେ ଓଡ଼ିଆ କହିବା ଯେମିତି ପାପ ହୋଇଯାଇଛି । କାରଣ ଗଂଜାମ୍ ଜିଲ୍ଲାର ଜୟଶ୍ରୀ କେମିକାଲ ସ୍କୁଲରେ ଓଡ଼ିଆ କହିଲେ, ହେବାକୁ ପଡୁଛି ଅପମାନିତ । ଏମିତିକି କିଛି ଦିନ ପୂର୍ବରୁ ହୋଇଥିବା ଅଭିଭାବକ ବୈଠକରେ ଜଣେ ଛାତ୍ରଙ୍କ ବାପାଙ୍କୁ ଷ୍ଟୁପିଡ୍ ଓଡ଼ିଆ ବୋଲି କହିବାକୁ ପଛାଇ ନାହିଁନ୍ତି ସ୍କୁଲର ପ୍ରଧାନଶିକ୍ଷକ ।

ଓଡ଼ିଶା ଭାଷାର ପ୍ରଚାର ପ୍ରସାର ପାଇଁ ସରକାର କେତେ ଉଦ୍ୟମ କରୁଥିବା ବେଳେ ଖୋଦ୍ ଓଡ଼ିଶାର ସ୍କୁଲରେ ଓଡ଼ିଆ ଭାଷାର ଆଦର ହେଉନି । ଏମିତି କି ଛାତ୍ରଛାତ୍ରୀ ସ୍କୁଲ ଭିତରେ ଓଡ଼ିଆ କହିଲେ ଶିକ୍ଷକଙ୍କଠାରୁ ମାଡ଼ ଖାଇବାକୁ ପଡ଼ୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏପଟେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ବ୍ଲକ୍ ଶିକ୍ଷା ଅଧିକାରୀ ।