ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଉଦ୍ଧାର ହେଲା ଆଲବମ ଅଭିନେତ୍ରୀ ସୀମରନଙ୍କ ମୃତ ଦେହ ! ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ବାପାଘର ଲୋକ ।

ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରିଥିବା ଅଭିନେତ୍ରୀ ସୀମରନ୍ ମରିଆ ।

3,600

କନକ ବ୍ୟୁରୋ: ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବହୁ ସମ୍ବଲପୁରୀ ଆଲବମରେ ଅଭିନୟ କରିଥିବା ଅଭିନେତ୍ରୀ ସୀମରନ୍ ମରିଆ । ତାଙ୍କ ଘର ଝାରସୁଗୁଡା ଜିଲ୍ଲା ଭୁଲିଆଟିରା ଅଂଚଳରେ । ତେବେ ତାଙ୍କର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇପାରିନଥିଲେ ବି ସୀମରନଙ୍କୁ ତାଙ୍କ ସ୍ୱାମୀ ମାରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ୨ ଦିନ ତଳେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭବାନୀପାଟଣା ଯାଇଥିଲେ । କାଲି ସେ ଭବାନୀପାଟଣାରୁ ଫେରିଥିବା ବେଳେ ଆଜି ତାଙ୍କର ମୃତଦେହ ସମ୍ବଲପୁର-ବୁର୍ଲା ମହାନଦୀ ବ୍ରିଜ ତଳୁ ଉଦ୍ଧାର କରାଯାଇଛି । ସୀମରନଙ୍କ ସ୍ୱାମୀ ୟୁଗୋ ସୁନା ତାଙ୍କୁ ହତ୍ୟା କରିଥିବା ସୀମରନଙ୍କ ବାପାଘର ଲୋକ ଅଭିଯୋଗ କରିଛନ୍ତି । ୨୦ ବର୍ଷ ବୟସର ସିମରନ ବଲାଙ୍ଗିର ବେଲପଡାର ୟୁଗୋଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ୨ ମାସ ହେବ ଉଭୟଙ୍କ ଭିତରେ ଝଗଡା ଲାଗିଥିବା ବେଳେ ଏନେଇ ସୀମରନ୍ ଝାରସୁଗୁଡା ଥାନା ଅଭିଯୋଗ କରିଥିବା ଜଣାପଡିଛି । ତେବେ ସୀମରନ୍ ଶାଶୁ ଘରକୁ ଯିବା ପାଇଁ ଦାବି କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସେପଟେ ପୁଲିସ ଘଟଣା ସ୍ଥଳରେ ଛାନଭିନ ଆରମ୍ଭ କରିଥିବା ବେଳେ ପ୍ରଥମ ପର୍ଯ୍ୟୟରେ ଏକ ଅପମୃତ୍ୟୁ ମାମଳ ରୁଜୁ କରିଛି ଓ ପୋସବଟମ୍ ରିପୋଟ୍ ଆସିଲାପରେ ପ୍ରକୃତ ତଥ୍ୟ ପଦାକୁ ଆସିବା ସହିତ ଘଟଣାର ତଦନ୍ତ ନିଜେ ଏସଡିପିଓ କରୁଥିବା ଜଣାପଡ଼ିଛି । ଏପଟେ ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ସୀମରନଙ୍କ ମୋବାଇଲ୍, ମନିପର୍ସ ଓ ଦୁଇ ହଜାର ଟଙ୍କ ସହିତ ବିଭିନ୍ନ ସାମଗ୍ରୀ ଜବତ କରିଛି । ମୋବାଇଲ୍କୁ ନେଇ ପ୍ରଥମେ ପୁଲିସ ତାର ତଦନ୍ତ ଆରମ୍ଭ କରିଛି ।