ବଲିଉଡର ବଡ ପରଦାରେ ଓଡ଼ିଆ ଝିଅ ସୁପ୍ରିୟା । ଅଭିନୟ କରି ଦର୍ଶକଙ୍କ ମନ ଜିଣିଲେ ଓଡିଆ ଅଭିନେତ୍ରୀ ।

ବଲିଉଡର ବର୍ତମାନର ବହୁ ଚର୍ଚିତ ଫିଲ୍ମ ‘ସିମ୍ବା’ ଦେଖିବାକୁ ମିଳିଛି ଓଡିଆ ଝିଅ ସୁପ୍ରିୟାଙ୍କ ଝଲକ ।

447

କନକ ବ୍ୟୁରୋ: ବଲିଉଡର ବର୍ତମାନର ବହୁ ଚର୍ଚିତ ଫିଲ୍ମ ‘ସିମ୍ବା’ ଦେଖିବାକୁ ମିଳିଛି ଓଡିଆ ଝିଅ ସୁପ୍ରିୟାଙ୍କ ଝଲକ । ସାରା ଅଲ୍ଲୀ ଖାନ୍ ଏବଂ ରଣବୀର୍ ସିଂହ ଅଭିନିତ ସିନେମା ‘ସିମ୍ବା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ସିନେମାରେ ଜଣେ ଓଡିଆ ଝିଅ ସୁପ୍ରିୟାଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଛି । ସିନେମାରେ ମୁଖ୍ୟ ଅଭିନେତ୍ରୀ ସାରାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଓଡିଆ ଝିଅ ସୁପ୍ରିୟା ରାୟ ହେଉଛନ୍ତି କଟକର ବାସିନ୍ଦା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରି ସେ ବାଙ୍ଗଲୋରର ଏକ କମ୍ପାନୀରେ ଚାକିରୀ କରୁଥିଲେ । ୨୦୦୬ ମସିହାରେ ସେ “ମିସ୍ କଟକ” ର ତାଜ୍ ପିନ୍ଧି ସାରିଛନ୍ତି ।

ସିନେମାରେ ସୁପ୍ରିୟାଙ୍କ ନାଁ ମଧ୍ୟ ସୁପ୍ରିୟା ହିଁ ରହିଛି । ସେ ପୂର୍ବରୁ କୋଲଗେଟ୍ ଏବଂ ଅନେକ ବିଜ୍ଞାପନରେ ନଜର ଆସିବା ସହ ଏକ କାନାଡା ସିନେମାରେ ମଧ୍ୟ ନଜର ଆସିଛନ୍ତି । ସିନେମା ସମୟରେ ତାଙ୍କର ୩୫ ଦିନର ଅନୁଭୁତିକୁ ନେଇ ସେ କୁହନ୍ତି ସେଠାରେ ସମସ୍ତେ କାଷ୍ଟ ସଦସ୍ୟ ପରିବାର ଭଳି ବ୍ୟବହାର କରୁଥିଲେ । ଘରେ ୪ ବର୍ଷର ଶିଶୁକୁ ଛାଡି ଆସି କାମ କରିବା ଜଣେ ମା’ଙ୍କ ପାଖରେ କଷ୍ଟ ହେଉଥିଲା ସତ କିନ୍ତୁ ସୁଟିଂ ସେଟରେ ସେ କେବେ ବି କାମ ପ୍ରତି ହେଳା କରିନଥିଲେ । ଅଭିନୟ ପାଇଁ ଉଭୟ ସାରା,ରଣବୀର୍ ଏବଂ ନିର୍ଦ୍ଦେଶକ ରୋହିତ୍ ସେଟ୍ଟି ମଧ୍ୟ ତାଙ୍କ ମନୋବଳ ବଢାଉଥିଲେ ।