ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଥାନାରେ ହାଜର ପାଇଁ ସମୟ ମାଗିଲେ ନିକିତାଙ୍କ ଶାଶୂ-ଶ୍ବଶୁର

ଘର ଆଗରେ ଲାଗିଥିଲା ଲଟକା

142

କନକ ବ୍ୟୁରୋ: ନିକିତା ମୃତ୍ୟୁ ମାମଲାର ପର୍ଦାଫାସ କରିପାରିନି ପୁଲିସ । ଆଉ ଏପଟେ ଥାନାରେ ହାଜର ହେବାକୁ ସମୟ ମାଗିଲେ ନିକିତାଙ୍କ ଶାଶୂ ଓ ଶଶ୍ୱର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଥାନାରେ ହାଜର ହୋଇପାରିବେ ନାହିଁ ବୋଲି ନିକିତାଙ୍କ ଶାଶୁ ଓ ଶ୍ୱଶୁର ଚାଉଳିଆଗଂଜ ଥାନା ପୁଲିସକୁ ଲିଖିତ ଭାବେ ଜଣାଇଛନ୍ତି । ପୂବ ର୍ରୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରିଥିଲା ପୁଲିସ । ହେଲେ ଉଭୟ ଶାଶୂ ଓ ଶ୍ୱଶୁର ଫେରାର ହୋଇଯାଇଥିଲେ । ୨ ଥର ନୋଟିସ ସତ୍ୱେ ଥାନାରେ ହାଜର ନହୋଇ ଫେରାର ହୋଇଯିବାରୁ ବାଧ୍ୟ ହୋଇ ତାଙ୍କ ତାଙ୍କ ଘରେ ଲଟକା ଲଗାଇଥିଲା ପୁଲିସ ।

ଗତ ୮ ଓ ୯ ତାରିଖରେ କମିସନରେଟ୍ ପୁଲିସ ପକ୍ଷରୁ ଶାଶୂ କୁନ୍ତଳା ସାହୁ ଏବ˚ ଶ୍ବଶୁର ଲିଙ୍ଗରାଜ ସାହୁଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଜାରି କରାଯାଇଥିଲା। ଦୁଇ ଥର ସେମାନେ ନୋଟିସରେ ଜବାବ ଦେଇନଥିଲେ। ସେମାନଙ୍କ ବିରୋଧରେ ଦଫା ୪୯୮(ଏ) ଏବ˚ ୧୨୦(ବି)ରେ ମାମଲା ରୁଜୁ ହୋଇଥିବାରୁ ପୁଲିସ କୌଣସି ମୁହୂର୍ତ୍ତରେ ସେମାନଙ୍କୁ ଗିରଫ କରିବା ଆଶଙ୍କା ଥିଲା। ତେଣୁ ଉଭୟ ୯ ତାରିଖରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ। ଏଭଳି ସ୍ଥିତିରେ ପୁଲିସ ତଦନ୍ତ ପ୍ରକ୍ରିୟାରେ ଆଗେଇବା ପାଇଁ ଶାଶୂ-ଶ୍ବଶୁରଙ୍କ ନାଁରେ ସିଆର ପିସିର ଧାରା ୧୯ରେ ଗତ ୧୨ ତାରିଖରେ ଲଟକା ଜାରି କରିଥିଲା। ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଗତକାଲି ସେମାନଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ଦର୍ଶାଇ ସ୍ପିଡ୍ ପୋଷ୍ଟ ଯୋଗେ ହାଜର ପାଇଁ ୧୫ରୁ ୨୦ ଦିନ ସମୟ ଦେବା ପାଇଁ ପୁଲିସକୁ ନିବେଦନ କରିଛନ୍ତି।

ଉଭୟ ତାଙ୍କ ଦରଖାସ୍ତରେ ଦର୍ଶାଇଛନ୍ତି ଯେ, ୧୨ ତାରିଖରେ ପ୍ରଥମ ଥର ଲଟ୍କା ହସ୍ତଗତ କରିଛୁ। ସୁସ୍ଥ ପରେ ଥାନାରେ ହାଜର ହୋଇ ବୟାନ ଦେବେ। ଅନ୍ୟପଟେ ନିକିତାଙ୍କ ମୃତ୍ୟୁକୁ ନେଇ ସେମାନେ ଦୁଃଖିତ ଥିବା ବେଳେ ପୁଅ ଗିରଫ ହେଇ ଜେଲ୍ ଯାଇଥିବାରୁ ସେମାନେ ମର୍ମାହତ ବୋଲି ଶାଶୂ ଶ୍ବଶୁର ଦର୍ଶାଇବା ସହ ମୃତ୍ୟୁରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ବେଳେ ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଦରଖାସ୍ତରେ ଉଲ୍ଲେଖ କରିଛନ୍ତି। ଗତ ୮ ତାରିଖରେ କଟକ ଏସଡିଜେଏମଙ୍କ କୋର୍ଟରେ ଲିପନ୍ ସାହୁଙ୍କ ଜାମିନ୍ ଖାରଜ ହୋଇଥିଲା। ପରେ ତାଙ୍କ ଓକିଲ ବିଦ୍ୟାଧର ପ୍ରଧାନଙ୍କ ପକ୍ଷରୁ କଟକ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଲିପନ୍ଙ୍କ ଜାମିନ ଆବେଦନ ରୁଜୁ କରାଯାଇଥିବା ସୂଚନା ମିଳିଛି।