ଏପ୍ରିଲ ୧୩ରେ ଆସିବ ବରୁଣଙ୍କ ଅକ୍ଟୋବର ! ଫିଲ୍ମ ପାଇଁ ରାତିର ନିଦ ଭୁଲିଲେ ଷ୍ଟାଇଲିସ ଷ୍ଟାର

42

ଫିଲ୍ମ ପାଇଁ ରାତିର ନିଦ ଭୁଲିଲେ ଅଭିନେତା ବରୁଣ ଧୱନ । ନିଜ ଆଗାମୀ ଫିଲ୍ମ ଅକ୍ଟୋବର୍ ପାଇଁ ରାତିର ନିଦ ଭୁଲିଲେ ବରୁଣ । କେବଳ ସେତିକି ନୁହେଁ ବିନା ମେକଅପରେ ବିନା ଫୋନରେ ଅନେକ ଦିନ ଏହି ଫିଲ୍ମ ପାଇଁ କୁରବାନ୍ କରିଛନ୍ତି ବରୁଣ । ଆଉ ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଛନ୍ତି ନିର୍ଦ୍ଦେଶକ ସୁଜିତ ସିରକାର୍ ।

ବଲିଉଡ୍ ନିର୍ଦ୍ଦେଶକ ସୁଜିତ ସିରକାର ନିଜର ଭିନ୍ନ ଫିଲ୍ମ ମେକିଂ ପାଇଁ ବଲିଉଡରେ ବେଶ ପରିଚିତ । ତେବେ ଏବେ ଏହି ନିର୍ଦ୍ଦେଶକ ନିଜ ଆଗାମି ଫିଲ୍ମ ଅକ୍ଟୋବରର ମେକିଂରେ ପୁରା ବ୍ୟସ୍ତ । ଫିଲ୍ମରେ ଅଭିନେତା ବରୁଣ ଧୱନଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ତେବେ ଏହି ନିର୍ଦ୍ଦେଶକ ଜଣକ ଅଭିନେତା ବରୁଣ ଧୱନଙ୍କୁ ବେଶ ଖଟାଉଛନ୍ତି ନିଜ ଫିଲ୍ମ ଅକ୍ଟୋବରର ସୁଟିଂରେ । ଶୁଣିବାକୁ ମିଳିଛି ଫିଲ୍ମର ସୁଟିଂ ସମୟରେ ସେ ଅଭିନେତା ବରୁଣଙ୍କୁ ଶୁଆଇ ବି ଦିଅନ୍ତି ନାହିଁ ।

ଏହି କଥାର ଖୁଲାସା କରିଛନ୍ତି ଅଭିନେତା ବରୁଣ ଧୱନ । ବରୁଣ ନିଜର ଏକ ଇଂଟରଭ୍ୟୁରେ କହିଛନ୍ତି, ନିର୍ଦ୍ଦେଶକ ସୁଜିତ ଚାହୁଁଥିଲେ, ବରୁଣ ନିଜ ଚରିତ୍ରକୁ ସବୁବେଳେ ଅନୁଭବ କରନ୍ତୁ । ଯାହା ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଶୋଇ ନଥିଲେ ଏବଂ ବିନା ମେକଅପରେ ସୁଟିଂ କରିଥିଲେ ବରୁଣ । କେବଳ ଗୋଟିଏ ସଙ୍ଗୀତକୁ ଶୁଣି ଏହି ଚରିତ୍ର ପାଇଁ ସୁଟ୍ କରିଛନ୍ତି ବରୁଣ ।

ଅକ୍ଟୋବର ଏକ ଇମୋସନାଲ୍ ଡ୍ରାମା ଫିଲ୍ମ ହୋଇଥିବାରୁ ଫିଲ୍ମରେ ବରୁଣଙ୍କ ଚରିତ୍ରକୁ ସୁନ୍ଦର ଭାବେ ଫିଲ୍ମରେ ପ୍ରଦର୍ଶନ କରିବା ପାଇଁ ତାଙ୍କୁ କିଛି ଏଭଳି ଜୁଲମ୍ କରିଛନ୍ତି ନିର୍ଦ୍ଦେଶକ ସୁଜିତ୍ ସିରକାର । ତେବେ ଏହି ଅପକମିଂ ଫିଲ୍ମର ପୋଷ୍ଟର୍ ଓ ଟିଜରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମରେ ବରୁଣଙ୍କ ବିପକ୍ଷରେ ବନିତା ସାନ୍ଧୁ ନାୟିକା ଭାବେ ନଜର ଆସିବେ । ଏପ୍ରିଲ ୧୩ ରେ ପରଦାକୁ ଆସବିକୁ ପ୍ରସ୍ତୁତ ହେଉଛି ଅକ୍ଟୋବର୍ ।