ଓସିଏକୁ ଖୁବ୍ ଶୀଘ୍ର ମିଳିବ ଟେଷ୍ଟ ମାନ୍ୟତା : ଆଶୀର୍ବାଦ

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସିଏକୁ ଟେଷ୍ଟ ମ୍ୟାଚ୍ ମିଳିବା ସମ୍ଭାବନା । ଅନୁରାଗ ଠାକୁର ବିସିସିଆଇ ଅଧ୍ୟକ୍ଷ ହେବା ପରେ ଓସିଏ ଭାଗ୍ୟ ବଦଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶା କ୍ରିକେଟ ଆସୋସିଏସନକୁ ଖୁବ୍ ଶୀଘ୍ର ଟେଷ୍ଟ ମ୍ୟାଚ ମାନ୍ୟତା ମିଳିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ।

ଏହି ମାନ୍ୟତା ଆସନ୍ତା ୨ରୁ ୩ ମାସ ଭିତରେ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହ ବାରବାଟିରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯିବ । ସେପଟେ ବାରବାଟି ବୋତଲ ଫିଙ୍ଗା ଘଟଣାରେ ଓସିଏ ପକ୍ଷରୁ କାରଣ ଦର୍ଶାଅ ନୋଟିସରେ ଦିଆଇଯାଇଥିବା ଉତରରେ ସନ୍ତୋଷ ପ୍ରକାଶ କରିଛି ବିସିସିଆଇ । ଏହାସହ ବିସିସିଆଇ ଓସିଏକୁ କିଛି ପରାମର୍ଶ ଦେଇଛି । ଯାହାକୁ ଆଗାମୀ ମ୍ୟାଚ ଗୁଡିକରେ ପାଳନ କରାଯିବ ବୋଲି କହିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା । ବିସିସିଆଇର ପରାମର୍ଶକୁ ଓସିଏ କଡାକଡି ଭାବେ ପାଳନ କରିବ ।

ଆସନ୍ତା ମ୍ୟାଚ ଗୁଡିକରେ ଗ୍ୟାଲେରି ଭିତରକୁ ପାଣି ବୋତଲ ନେବା ଲାଗି ଅନୁମତି ଦିଆଯିବ ନାହିଁ । ଗ୍ରାଉଣ୍ଡର ଗ୍ୟାଲେରି ସମ୍ମୁଖ ନେଟକୁ ଅଧିକ ଉଚ୍ଚ କରାଯିବ । ଏହାସହ ଗ୍ୟାଲେରି ସମେତ ସମସ୍ତ ସିଟକୁ ଷ୍ଟିକରିଂ କରାଯିବ । ଏଥିସମେତ ଆଉ ଏକ ଗୁରୁତ୍ୱପୂଣ୍ଣ କଥାକୁ ସ୍ୱୀକାର କରିଛନ୍ତି ଆଶୀର୍ବାଦ ବେହେରା । ବାରବାଟିରେ ବୋତଲ ମାଡ ଘଟଣା ଯୋଗୁଁ ଓସିଏକୁ ଚେଷ୍ଟ ମାନ୍ୟତା ମିଳିବାରେ ବିଳମ୍ବ ହୋଇଥିବା ଅଭିଯୋଗକୁ ସେ ସ୍ୱୀକାର କରିଛନ୍ତି ।