ଜାନୁଆରୀ ୧୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ଏନେଇ ଆଜି ଓସିଏର ଗୁରୁତ୍ୱପୂର୍ଣ୍ଣ ବୈଠକ

29

କଟକ : ବାରବାଟି ଷ୍ଟାଡିୟମରେ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ ନେଇ ଓସିଏର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଆସନ୍ତା ଜାନୁୟାରୀ ୧୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ମ୍ୟାଚ ପାଇଁ ୨ହଜାରରୁ ଅଧିକ ଦାମର ଟିକେଟ କିଣିଲେ କ୍ୟାସଲେସ୍ ଟ୍ରାଜାକସନ କରିବାକୁ ପଡିବ । ତେବେ ୨ହଜାରରୁ କମ୍ ଦାମର ଟିକେଟ କିଣିଲେ ନଗଦ ଟଙ୍କା ଦେଇପାରିବେ । ସେହିପରି ଏହି ମ୍ୟାଚ ପାଇଁ ୨୫ ପ୍ରତିଶତ ଅନଲାଇନ ଟିକେଟ ବିକ୍ରି କରାଯିବ ।

ପୂର୍ବରୁ ୧୦ ପ୍ରତିଶତ ଟିକେଟ ଅନଲାଇନ ମାଧ୍ୟମରେ ବିକ୍ରି କରାଯାଉଥିଲା । ଏହାସହ ୨୧କୋଟି ୮୯ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଥିବା ନେଇ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି । ଜାନୁୟାରୀ ୧୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ ନେଇ ଆଲୋଚନା ପାଇଁ ଆଜି ବୈଠକ ବସିବ । ଏହା ସହିତ ୧୫ ତାରିଖରୁ ହେବାକୁ ଥିବା ଟିକେଟ ବିକ୍ରି ନେଇ ମଧ୍ୟ ଆଲୋଚନା କରାଯିବ ।

ବିମୁଦ୍ରାକରଣକୁ ସମର୍ଥନ କରି କ୍ୟାସଲେସ୍ ମାଧ୍ୟମରେ ଟିକେଟ ବିକ୍ରି କରିବା ପାଇଁ ଯୋଜନା କରିଛି ଓସିଏ । ବିମୁଦ୍ରାକରଣ ପରେ ଟଙ୍କା ଉଠାଣ ଉପରେ କଟକଣା ରହିଛି । ତେଣୁ କିଭଳି କ୍ୟାସଲେସରେ ମ୍ୟାଚର କାର୍ଯ୍ୟକୁ ପରିଚାଳନା କରାଯାଇପାରିବ ସେ ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଆଶୀର୍ବାଦ ବେହେରା ।