ବାପା ଆଶୀର୍ବାଦଙ୍କ ଗିରଫ ପରେ ‘ଓସିଏ’ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ପୁଅ । ୧୬ ବର୍ଷ ଧରି ଆଶୀର୍ବାଦଙ୍କ ରାଜୁତି ପରେ ସମ୍ପାଦକ ପଦବୀ ଉପରେ ପୁଅ ସଂଜୟଙ୍କ ନଜର ।

456

କନକ ବ୍ୟୁରୋ: ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ଓଡିଶା କ୍ରିକେଟ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି ସିବିଆଇ । ବର୍ତମାନ ଆଶୀର୍ବାଦ ଝାରପଡା ଜେଲରେ ଅଛନ୍ତି । ତେବେ ୮ ବର୍ଷ ହେଲା ରାଜ୍ୟର କ୍ରୀଡା ରାଜନୀତିରେ ଶୀର୍ଷରେ ରହିଆସିଥିଲେ ଆଶୀର୍ବାଦ ବେହେରା । ଏହି ରିପୋର୍ଟରେ ଦେଖିବା ଆଶୀର୍ବାଦଙ୍କ କ୍ରୀଡା ସାମ୍ରାଜ୍ୟ ଉପରେ ।

OCAଜଣେ ଫୁଟବଲ୍ ଖେଳାଳି ଭାବେ ପରିଚୟ ହାସଲ କରିଥିବା ଆଶୀର୍ବାଦ ପ୍ରଥମେ ଫୁଟବଲ ସଂଘର କର୍ମକର୍ତା ଥିଲେ । ୧୯୮୮ ଅଗଷ୍ଟ ୨୯ ତାରିଖରେ ପ୍ରଥମଥର ପାଇଁ ଅଲମ୍ପିକ ସଂଘର ସମ୍ପାଦକ ଭାବେ ତାଙ୍କର କ୍ରୀଡା ପ୍ରଶାସକ ଯାତ୍ରା ଆରମ୍ଭ ହୋଇଥିଲା । ଅଲମ୍ପିକ ସହ ଦୌଡକୁଦ ସଂଘର ସମ୍ପାଦକ ରହିଥିଲେ ଆଶୀର୍ବାଦ । ତେବେ ୧୨ ବର୍ଷ ପରେ ୨୦୦୦ରେ ଓଡିଶା କ୍ରିକେଟ୍ ଆସୋସିଏସନ୍ ସହ ସଂପୃକ୍ତ ହେବା ପରେ କ୍ରୀଡା ରାଜନୀତିରେ ପ୍ରକୃତ ପ୍ରଭାବ ଦେଖାଇବା ଆରମ୍ଭ କରିଥିଲେ ଆଶୀର୍ବାଦ । ଦୀର୍ଘବର୍ଷ ଧରି ବାରବାଟୀ ଷ୍ଟାଡିଅମ୍ ରହିଛି ଆଶୀର୍ବାଦଙ୍କ କବଜାରେ । କୁହାଯାଏ ଆଶୀର୍ବାଦଙ୍କ ସମ୍ମତି ବିନା ବାରବାଟୀରେ ପତ୍ର ବି ହଲେନି । ସେଥିପାଇଁ ତ ୮ ବର୍ଷ ହେଲା ରାଜ୍ୟର କ୍ରୀଡା ରାଜନୀତିର ବାଦଶାହା ସାଜିଥିଲେ ଆଶୀର୍ବାଦ ।

ପାରିବାରିକ ବ୍ୟବସାୟ

ବାରବାଟୀ ଷ୍ଟାଡିଅମର ଖେଳ ଦୁନିଆରେ ପାଦ ଦେବା ପରେ ଏହା ବ୍ୟବସାୟୀକ କେନ୍ଦ୍ରରେ ପରିଣତ ହୋଇଥିଲା । ନିର୍ମାଣ ହୋଇଥିଲା ବାରବାଟୀ ପ୍ୟାଲେସ, ବାରବାଟୀ ଗେଷ୍ଟ ହାଉସ ଏବଂ ବାରବାଟୀ ଟ୍ରାଭେଲ୍ସ । ଆଉ ପତ୍ନୀଙ୍କ ନାଁରେ ଖୋଲାଯାଇଥିଲା ଟ୍ରାଭେଲ ଏଜେନ୍ସି ।

ଜମି କେଳେଙ୍କାରୀ

ବାରବାଟୀ ଷ୍ଟାଡିଅମ୍ ପରିସରରେ ତିଆରି ହୋଇଥିଲା ୨୩ଟି ଦୋକାନ ଘର ଓ ବାରବାଟୀ ପ୍ୟାଲେସ । ଏଥିସହ ଷ୍ଟାଡିଅମ୍ ବାହାରେ ସରକାରୀ ଜମି ଜବରଦଖଲ କରି ବର୍ଷ ବର୍ଷ ଧରି ମାଡି ବସିଥିଲେ ଆଶୀର୍ବାଦ ।

ପୁଅ ପାଇଁ ରାସ୍ତା ପ୍ରସ୍ତୁତି

ଆଶୀର୍ବାଦ ସାଜିଥିଲେ ଓଡିଶା କ୍ରୀଡାର କ୍ଷମତା କେନ୍ଦ୍ର । ଦୀର୍ଘ ବର୍ଷ ହେଲା ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ଓଡିଶା ଅଲମ୍ପିକ ଆସୋସିଏସନ୍ ରହିଥିଲା ଆଶୀର୍ବାଦଙ୍କ କବଜାରେ । ଆଉ ତାଙ୍କ ପରେ ପୁଅକୁ ଉତରାଧୀକାରୀ କରିବାକୁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ଆଶୀର୍ବାଦ ।

oca୨୦୧୨ରେ ବଡ ପୁଅ ସତ୍ୟବ୍ରତ ବେହେରାଙ୍କୁ ଓସିଏ ଯୁଗ୍ମ ସମ୍ପାଦକ କରିଥିଲେ । ୨୦୧୬ରେ ସମ୍ପାଦକ କରିବାକୁ ଯୋଜନା ହୋଇଥିଲା , ହେଲେ ନିର୍ବାଚନ ବାତିଲ ହୋଇଯାଇଥିଲା । ଚଳିତ ନିର୍ବାଚନରେ ସାନ ପୁଅ ସଂଜୟଙ୍କୁ ଓସିଏ ଚୌକି ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ତାପୂର୍ବରୁ ଆଶୀର୍ବାଦଙ୍କୁ ବାନ୍ଧିଛି ସିବିଆଇ ।