ଓଡିଶାରେ ବଢୁଛି ମେଦବହୁଳତା ! ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ

39

କନକ ବ୍ୟୁରୋ : ଓଡ଼ିଶାର ଲୋକେ ଦିନକୁ ଦିନ ଅଧିକରୁ ଅଧିକ ମୋଟାପା ବା ମେଦବହୁଳତାର ଶିକାର ହେଉଛନ୍ତି । ଆଉ ଏଭଳି ସ୍ଥିତିରେ ସେମାନେ ହାଇପରଟେନସନରେ ବି ରହୁଛନ୍ତି । ନିକଟରେ ପ୍ରକାଶ ପାଇଥିବା ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟରୁ ପଦାକୁ ଆସିଛି ଏହି ତଥ୍ୟ । ଓଡ଼ିଆ ଲୋକଙ୍କ ଜୀବନଶୈଳୀ, ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କେତେକ ପ୍ରକାରର କ୍ୟାନସରକୁ ଡାକିଆଣୁଥିବା ଦେଖାଯାଉଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ୧୦ ବର୍ଷ ତଳେ ଅର୍ଥାତ୍ ୨୦୦୫-୦୬ ମସିହାରେ ଓଡ଼ିଶାରେ ୬.୬ ପ୍ରତିଶତ ଲୋକ ମେଦବହୁଳତାର ଶିକାର ହେଉଥିଲେ । ମାତ୍ର ୨୦୧୫-୧୬ରେ ଏହା ପହଂଚିଛି ୧୬.୫ ପ୍ରତିଶତରେ । ଅର୍ଥାତ୍ ଇତିମଧ୍ୟରେ ଓଡ଼ିଶାର ଅଧିକ ୧୦ ପ୍ରତିଶତ ଲୋକ ମେଟାପା ବା ମେଦବହୁଳତାର ଶିକାର ହୋଇଥିବା ଦେଖାଯାଉଛି । ସହର ଓ ଗାଁ ଉଭୟ ଅଂଚଳରେ ଲୋକେ ପ୍ରାୟ ସମାନ ଭାବରେ ମେଦବହୁଳତାର ଶିକାର ହେଉଛନ୍ତି । ଗାଁ ଓ ସହରର ପ୍ରାୟ ୩୨ ପ୍ରତିଶତ ଲୋକ ମେଦବହୁଳତାର ଶିକାର ହେଉଥିିବା ବେଳେ ପ୍ରାୟ ୧୩ ପ୍ରତିଶତ ମହିଳା ମେଦବହୁଳତାର ଶିକାର ହେଉଛନ୍ତି ।

ମେଦବହୁଳତାରୁ ଲୋକଙ୍କର ବଢ଼ୁଛି ରକ୍ତଚାପ ବା ହାଇପରଟେନସନ । ମାନସିକ ଅବସାଦର ଶିକାର ହେଉଛନ୍ତି ଲୋକେ । ଉଚ୍ଚ ରକ୍ତଚାପରୁ ମଧୁମେହ, କଲନ୍ ଓ ଇଂଟେଷ୍ଟିନାଲ୍ କାନସର ବି ସୃଷ୍ଟି ହେଉଛି । ଓଡ଼ିଶାର କେବଳ ୩୦ ହଜାର ୨୪୨ ପରିବାରକୁ ନମୁନା ରୂପେ ନେଇ ଏହି ସର୍ଭେ ପ୍ରସ୍ତୁତ କରାଯାଇଛି ।