ସରିଲା ଭୋଟ, ବାହାରିଲା ଫଳ : ଆଜି ବିଜୟୀ ଛାତ୍ର ପ୍ରତିନିଧିମାନେ କରିବେ ଶପଥ ଗ୍ରହଣ

19

କନକ ବ୍ୟୁରୋ : ସରିଛି ଛାତ୍ର ସଂସଦ । ନିର୍ବାଚିତ ହୋଇଛନ୍ତି ଛାତ୍ର ପ୍ରତିନିଧି । ଗତକାଲି ସଂଧ୍ୟାରେ ଫଳାଫଳ ପ୍ରକାଶ ପାଇବା ପରେ କ୍ୟାମ୍ପସ ଗୁଡିକରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ସମର୍ଥକଙ୍କ ଗହଣରେ ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ବାହାରିଥିଲେ ।

ବାଜାବାଣରେ କମ୍ପି ଉଠୁଥିଲା କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ତେବେ ଆଜି ବିଜୟୀ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ଏନେଇ କଲେଜମାନଙ୍କରେ ସମସ୍ତ ବ୍ୟବସ୍ଥା ହୋଇସାରିଛି ।