ପ୍ରକାଶ ପାଇଲା ଓଏଏସ ଫଳାଫଳ । ୨୧୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଟପ୍ କଲେ ଦେବାଶିଷ ପଣ୍ଡା ।

877

କନକ ବ୍ୟୁରୋ : ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ । ଓଡିଶା ସିଭିଲ ସର୍ଭିସ ୨୦୧୮ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଋତୁପର୍ଣ୍ଣା ମହାପାତ୍ର । ସେହିଭଳି ଆକାଶ ପଣ୍ଡା ଟପ୍-୩ରେ ରହିଛନ୍ତି । ଟପ୍-୧୦ ରାଙ୍କରେ ୬ ଜଣ ଝିଅ ରହିଥିବା ବେଳେ ୪ ଜଣ ପୁଅ ରହିଛନ୍ତି । ମୋଟ ୨୧୮ ଜଣ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଏଥିରେ ୭୨ ଜଣ ଝିଅ ରହିଛନ୍ତି ।

ଗତ ଡିସେମ୍ବର ୧୭ରୁ ୨୮ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଆଉ ଏହାପରେ ଆଜି ଫଳାଫଳ ପ୍ରକାଶ ପାଇଛି । ଓଏଏସରେ ଟପ୍ପର ହୋଇଥିବା ଦେବାଶିଷ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି, ଟପ୍ପର ହେବି ବୋଲି ଜାଣିନଥିଲି, ଏବେ ଖୁସି ଲାଗୁଛି । ଦିନକୁ ୬ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି । କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛି ।