୦%ଜିଏସଟି : କ୍ଷୀର,ଦହି, ଅଣ୍ଡା ସମେତ ଅନେକ ଦ୍ରବ୍ୟ ଉପରେ ଲାଗିବ ନାହିଁ କର

70

ଅପେକ୍ଷାର ହେବ ଅନ୍ତ । ଯେଉଁ ଦିନର ଅପେକ୍ଷା ପୂରା ଦେଶ କରିଥିଲା, ଶେଷରେ ତାହା ଆସି ଯାଇଛି । ଦେଶର ଇତିହାସର ସବୁଠାରୁ ବଡ଼ କର ବ୍ୟବସ୍ଥା(ଜିଏସଟି)ଆଜି ରାତି ୧୨ଟା ସମୟରେ ଲାଗୁ ହେବ । ଏଥିପାଇଁ ସଂସଦ ଭବନରେ ଏନଡ଼ିଏ ସରକାର ତରଫରୁ ମେଗା ଶୋ’ର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ଦେଶର ନାମିଦାମୀ ହସ୍ତୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ତେବେ ଜିଏସଟି ଲାଗିବା ପୂର୍ବରୁ ଲୋକମାନଙ୍କ ମନରେ ଏବେ ବି ଅନେକ ପ୍ରଶ୍ନ ରହିଛି । ଯେପରି କେଉଁ କେଉଁ ସାମଗ୍ରୀ ଉପରେ କେତେ ଟ୍ୟାକ୍ସ ଲାଗିବ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ତାଲିକା ଅନୁସାରେ ଅନେକ ଦ୍ରବ୍ୟ ଉପରେ ୦% ଟ୍ୟାକ୍ସ ଲାଗିଛି ।

ଏହାର ତାଲିକା ବିଷୟରେ ଜାଣନ୍ତୁ –
ଖୋଲା ଖାଦ୍ୟଶସ୍ୟ, ତାଜା ପରିବ, ବିନା ମାର୍କର ଅଟ, ବିନା ମାର୍କର ବେସନ, ଖୀର, ଦହ, ଖୋଲା ପନିର, ବିନା ମାର୍କର ପ୍ରାକୃତିକ ମହୁ, ଖଜୁରୀର ଗୁଡ଼, ଲୁଣ କାଜଲ (କଳା), ଫୁଲ ଝାଡ଼ୁ, ଶିଶୁମାନଙ୍କର ଡ୍ରଇଂ ଏବଂ ରଙ୍ଗର ବହି, ଶିକ୍ଷା ସେବା, ସ୍ୱାସ୍ଥ୍ୟ ସେବା

ଏଇଠି କହିରଖୁଛୁ ଯେ, ଜିଏସଟି(ବସ୍ତୁ ଏବଂ ସେବା କର) କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ୧୫ରୁ ଅଧିକ ପରୋକ୍ଷ ଟ୍ୟାକ୍ସ ବଦଳରେ ଅଣାଯାଉଛି । ଏହା ପୁରା ଭାରତ ବର୍ଷରେ ଭାରତରେ ଜୁଲାଇ ୧ରୁ ଲାଗୁ ହୋଇଯିବ ।