ଦୂର ହେବ ରେଳଯାତ୍ରୀଙ୍କ ଅଭିଯୋଗ ! ଟ୍ରେନରେ ମିଳିବ ପୌଷ୍ଟିକ ଆହାର

68

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଭାରତୀୟ ରେଳବାଇଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା । ଅନେକ ଦିନର ଅଭିଯୋଗ ଦୂର ହେବ । ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ ପୌଷ୍ଟିକ ଆହାର । ସ୍ୱର୍ଣ୍ଣିମ ଓ ଉତ୍କୃଷ୍ଟ ଯୋଜନା ଅନୁସାରେ ରେଳ କୋଚର ଚେହେରା ମଧ୍ୟ ବଦଳିଯିବ । ଅନ୍ୟପଟେ ରେଳବାଇ ଏବେ ପେଣ୍ଟ୍ରି କାର ର ରଙ୍ଗରେ ମଧ୍ୟ ପରିବର୍ତ୍ତନ କରିବ । ଯାତ୍ରା ସମୟରେ ଯାତ୍ରୀଙ୍କୁ ତାଜା, ସ୍ୱଚ୍ଛ ଓ ପୌଷ୍ଟିକ ଆହାର ମିଳିବ । ଏଥିପାଇଁ ପେଣ୍ଟ୍ରିକାରର ନିର୍ମାଣରେ ପରିବର୍ତ୍ତନ ଅଣାଯିବ ବୋଲି ନିଷ୍ପତି କରାଯାଇଛି । ଭାରତୀୟ ରେଳବାଇ ଆଇଆରସିଟିସି ଏହାର ପ୍ରସ୍ତାବ ତିଆରି କରିଛି । ଯାହାକୁ ରେଳବାଇ ବୋର୍ଡ଼ ମଞ୍ଜୁରି ପ୍ରଦାନ କରିଛି । ଏବେ ଖୁବ ଶୀଘ୍ର ଏହାର କାମ ଆରମ୍ଭ ହୋଇଯିବ । ଆଗାମୀ ୩ ବର୍ଷରେ ପେଣ୍ଟ୍ରି ।କରକୁ ନେଇ ଯାତ୍ରୀଙ୍କ ଅଭିଯୋଗ ଦୂର ହେବ ।

ଟ୍ରେନରେ ପେଣ୍ଟ୍ରି କାରର ପାରମ୍ପରିକ ଉପାୟରେ ସ୍ୱଚ୍ଛତାକୁ ନେଇ ସବୁବେଳେ ଯାତ୍ରୀ ଅଭିଯୋଗ କରିଆସୁଥିଲେ । ଏହାସହ ଭୋଜନକୁ ଗରମ ରଖିବାର ମଧ୍ୟ କୌଣସି ସୁବିଧା ନଥିିଲା । ସୁରକ୍ଷାକୁ ନେଇ କିଛି ଦୁର୍ବଳତା, ଯାହାକୁ ନିଆଁ ଲାଗିବାର ଭୟ ଲାଗିରହିଥାଏ । ଏହି ଦୁର୍ବଳତା ଯୋଗୁଁ ଯାତ୍ରା ସମୟରେ ଖାଦ୍ୟ ସାମଗ୍ରୀ ରଖିବା ପାଇଁ ଭୋଜନ ପ୍ରସ୍ତୁତ ପାଇଁ ଏହି ସମସ୍ୟାର ସମାଧାନ କରାଯାଏ । ତେବେ ଏଥିପାଇଁ ଆଇଆରସିଟିି ୩ ବର୍ଷରେ ପାଖାପାଖି ୨୫୦ କୋଟି ଖର୍ଚ୍ଚ କରିବ ।

ସୂଚନା ଅନୁସାରେ ପେଣ୍ଟ୍ରି କାରକୁ ଅତ୍ୟାଧୁନିକ କରାଯିବ । ଯାହାଦ୍ୱାରା ସ୍ୱଚ୍ଚ ଭାବେ ଭୋଜନ ପ୍ରସ୍ତୁତ କରାଯାଇପାରିବ । ପେଣ୍ଟ୍ରିକାରକୁ ପ୍ରସ୍ୁତ କରିବା ସହଏହାର ଦେଖାରଖା କରିବାର ଦାୟିତ୍ୱ ଆଇଆରସିଟିସିର ରହିବ ।