ଲୋୟର ପିଏମଜିରେ ଏସସିବି ନର୍ସିଂ ଛାତ୍ରୀଙ୍କ ଧାରଣା : ନ୍ୟାୟ ନମିଳିଲେ ଅନଶନ ଚେତାବନୀ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଲୋୟର ପିଏମଜିରେ ଏସସିିବି ନର୍ସିଂ ଛାତ୍ରୀଙ୍କ ଧାରଣା । ସ୍କୁଲ ଅଧ୍ୟକ୍ଷାଙ୍କ ବଦଳି ଓ ସାଇନ-ଏ-ଡାଏ ପ୍ରତ୍ୟାହାର ଦାବିରେ ଅଟଳ ଛାତ୍ରୀ । ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସରକାରଙ୍କୁ ଦ୍ୱିତୀୟ ଥର ପାଇଁ ସ୍ମାରକ ପତ୍ର ଦେଇଛନ୍ତି । ଯଦି ଅଧ୍ୟକ୍ଷାଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ ନନିଆଯାଏ, ଆସନ୍ତାକାଲିଠୁ ଗାନ୍ଧି ମାର୍ଗରେ ଅହୋରାତ୍ର ଛାତ୍ରୀମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ନର୍ସିଂ ଛାତ୍ରୀଙ୍କୁ ସ୍କୁଲ ଅଧ୍ୟକ୍ଷା ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଛାତ୍ରୀମାନେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଥିଲେ ମଧ୍ୟ ଏଯାଏଁ କୌଣସି କାର୍ଯାନୁଷ୍ଠାନ ନିଆଯାଇନାହିଁ ।