ଏସସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

26

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ । ନର୍ସିଂ କଲେଜ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ଅଭିଯୋଗରେ ନର୍ସିଂ ଛାତ୍ରୀମାନେ ଏହି ଆନ୍ଦୋଳନ କରିଛନ୍ତି । ଗତ ୭ ତାରିଖ ଦିନ କାର୍ଯ୍ୟରେ ଥିବା ଜଣେ ନର୍ସିଂ ଛାତ୍ରୀଙ୍କୁ ଚୁଟି ଟାଣି ମାରିବା ସହ ଅଧ୍ୟକ୍ଷା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ନର୍ସିଂ ଛାତ୍ରୀମାନେ ଏକଜୁଟ ହୋଇ ଅଧ୍ୟକ୍ଷା କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ହେଲେ ଏ ନେଇ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି ସବୁ ନର୍ସିଂ ଛାତ୍ରୀ ଏକଜୁଟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।